ଭୁବନେଶ୍ୱର: ପଞ୍ଚମ ଦିନରେ ପହଁଞ୍ଚିଲା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ଆନ୍ଦୋଳନ । ଓୟୁଏଟି ଅଧୀନସ୍ଥ ବନ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ବିଭିନ୍ନ ସମସ୍ୟା ନେଇ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ୟ୍ୟାଳୟ ନିକଟରେ ବସି ରହିଛନ୍ତି। ଶୁକ୍ରବାର ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ କୁଳପତିଙ୍କ କାର୍ୟ୍ୟାଳୟ ସମ୍ମୁଖ ସହ କ୍ୟାମ୍ପସ୍ର ଅନ୍ୟ ସ୍ଥାନରେ ଝାଡୁ ମାରିଥିଲେ। ଝାଡୁ କରି ପ୍ରତିବାଦ ଜଣାଇବା ସହ ରାଜ୍ୟର ବିଧାୟକ, ମନ୍ତ୍ରୀ ଓ ନେତାଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଛନ୍ତି। ପୂର୍ବରୁ ଛାତ୍ରଛାତ୍ରୀ କଳା ବ୍ୟାଜ୍ ପିନ୍ଧିଥିବାବେଳେ ଜୋତା ପଲିସ୍ କରି ପ୍ରତିବାଦ ଜଣାଇଥିଲେ। ଓଡ଼ିଶା ଫରେଷ୍ଟ ସର୍ଭିସର ରେଞ୍ଜର ସମେତ ଅନ୍ୟ ପଦରେ ନିଯୁକ୍ତି ବେଳେ ବନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଶତପ୍ରତିଶତ ସୁଯୋଗ ମିଳୁ ନଥିବାରୁ ଏଭଳି ପ୍ରତୀକାତ୍ମକ ବିରୋଧ କରିଛନ୍ତି ବିଦ୍ୟାର୍ଥୀ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0