spot_img

କଟକଣା ମଧ୍ୟରେ ପାଳିତ ହେବ ସ୍ୱାଧୀନତା ଦିବସ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି । ଏଭଳି ପରିସ୍ଥିତିରେ କୌଣସି ସ୍ଥାନରେ ଏକାଠି ନହେବା ପାଇଁ କଟକଣା ଲାଗୁ କରାଯାଇଛି । କରୋନା ସଂକ୍ରମଣ ଭୟରେ ଦେଶରେ ତଥା ରାଜ୍ୟରେ ବଡ ବଡ ପାରମ୍ପରିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି । ସେହିପରି ଏବେ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର କଟକଣା ମଧ୍ୟରେ ସ୍ୱାଧୀନତା ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଭୁବନେଶ୍ୱର ୟୁନିଟ-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ପାଳନ କରାଯିବ । ପୂର୍ବ ବର୍ଷମାନଙ୍କ ତୁଳନାରେ ଚଳିତବର୍ଷ ନିରାଡ଼ମ୍ବରରେ ପରେଡ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ପୋଲିସ ବ୍ୟାଣ୍ଡ ପାର୍ଟି ଜାତୀୟ ସଂଗୀତ ପରିବେଷଣ କରିବେ ।

ବ୍ୟାଣ୍ଡ ପାର୍ଟି ସହ ୩ ଟି ପୋଲିସ୍ ବାହିନୀର ଦଳ ମାନେ ଜାତୀୟ ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ । ପ୍ୟାରେଡ୍ ବେଳର ଦୃଶ୍ୟ ଦର୍ଶକ ଟିଭିରେ ଦେଖିପାରିବେ । କୋଭିଡ୍ ଯୋଦ୍ଧାମାନଙ୍କ ସହ ସୀମିତ ସଂଖ୍ୟକ ଲୋକଙ୍କୁ ସାମିଲ କରି ଏହି ଦିବସ ପାଳନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ପ୍ୟାରେଡ୍ ବେଳର ଦୃଶ୍ୟ ଟିଭିରେ ଦେଖିପାରିବେ ଦର୍ଶକ । ଏନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here

- Advertisment -

Most Popular