ନୂଆଦିଲ୍ଲୀ: ପ୍ରାୟ ୩୪ ବର୍ଷ ପରେ ଭାରତର ଶିକ୍ଷାନୀତିରେ ପରିବର୍ତ୍ତନ କରାଯାଇଛି । ବୁଧବାର କେନ୍ଦ୍ର କ୍ୟାବିନେଟରେ ମୋଦି ସରକାର ଏକ ନୂତନ ଶିକ୍ଷାନୀତି ପ୍ରଣୟନ କରିଛନ୍ତି । ଏଥିରେ ଆଞ୍ଚଳିକ ଭାଷାକୁ ପ୍ରାଧାନ୍ୟ ଦିଆଯାଇଛି । ନୂଆ ନିୟମ ଅନୁଯାୟୀ, ପ୍ରାରମ୍ଭିକ ଶିକ୍ଷା ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାମାନେ ଆଞ୍ଚଳିତ ତଥା ସ୍ଥାନୀୟ ଭାଷାରେ ପାଠ ପଢିବେ । ଏହି ଅବଧି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟ ବଢାଯାଇପାରେ । ନୂତନ ଶିକ୍ଷାନୀତି ଆସିବା ପରେ ବିଭିନ୍ନ ମହଲରେ ଭାଷାକୁ ବାଧ୍ୟତା ମୂଳକ କରାଯାଉଥିବା ଅଭିଯୋଗ ହେଉଛି । ଏନେଇ ଶିକ୍ଷାନୀତି ପ୍ରସ୍ତୁତ କମିଟିର ଚୈ÷ୟାରମ୍ୟାନ କେ. କସ୍ତୁରୀରଙ୍ଗମ ଉତ୍ତର ରଖିଛନ୍ତି । ସେ କହିଛନ୍ତି, ‘ଏହି ଶିକ୍ଷାନୀତିରେ ଅଲଗା ଅଲଗା ଭାଷା ଉପରେ ପ୍ରାଧାନ୍ୟ ଦିଆଯାଇଛି । କାହା ଉପରେ କୌଣସି ଭାଷାଗତ ଚାପ ପ୍ରୟୋଗ କରାଯାଇନାହିଁ । ଛୋଟ ପିଲାମାନଙ୍କୁ ସ୍ଥାନୀୟ ଭାଷାରେ ପଢାଇବା ଦ୍ୱାରା ସେମାନେ ଅତି ସହଜରେ ବୁଝିବା ସହ ସେମାନଙ୍କର ଜ୍ଞାନ ବଢିପାରିବ ।’ ମାତ୍ର ଏହି ନିୟମ ପରେ ରାଜ୍ୟ ସରକାର ସ୍ଥାନୀୟ କିମ୍ବା ରାଜ୍ୟ ଭାଷାରେ ପ୍ରାରମ୍ଭିକ ଶିକ୍ଷା ପ୍ରଦାନ କରିପାରିବେ । ସରକାରଙ୍କ ତରଫରୁ ଏନେଇ ଦୁଇଟି ସମିତି ଗଠନ କରାଯାଇଛି । ଗୋଟିଏ ଟିଏସଆର ସୁବ୍ରମଣ୍ୟମ ସମିତି ଓ ଅନ୍ୟଟି ଡ. କେ କସ୍ତୁରୀରଙ୍ଗମ ସମିତି । ଏହି ସମିତି ଦୁଇଟିର ଉପଦେଶ ଆଧାରରେ ନୂତନ ଶିକ୍ଷାନୀତି ପ୍ରଣୟନ କରାଯାଇଛି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0