spot_img

୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉପରେ କଟକଣା

ନୂଆଦିଲ୍ଲୀ: ଅନ୍ତର୍ଜାତିକ ଯାତ୍ରୀବାହୀ ବିମାନ ଉପରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ କଟକଣା ଲାଗୁ କରାଯାଇଥିବା ସମ୍ପର୍କରେ ଡାଇରେକ୍କୋରେଟ୍ ଜେନେରାଲ୍ ଅଫ୍ ସିଭିଲ ଆଭିଏସନ ପକ୍ଷରୁ ଏକ ପ୍ରେସ୍ ବିବୃତି ଜାରି କରାଯାଇଛି । ୨୦୨୧ ମାର୍ଚ୍ଚ ୩୧ ତାରିଖ ରାତି ୨୩.୫୯ ପର୍ଯ୍ୟନ୍ତ ଭାରତରୁ ଯାଉଥିବା ଏବଂ ଭାରତକୁ ଆସୁଥିବା ନିୟମିତ ଆନ୍ତର୍ଜାତିକ ବାଣିଜ୍ୟକ ଯାତ୍ରୀବାହୀ ବିମାନ ଉପରେ କଟକଣା ବଳବତ୍ତର ରହିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ୨୦୨୦ ଜୁନ୍ ୨୬ ତାରିଖରେ ଡିଜିସିଏ ଏଭଳି କଟକଣା ଜାରି କରିଥିଲା । ଉକ୍ତ କଟକଣା ସଂକ୍ରାନ୍ତ ଆଦେଶନାମାକୁ ସାମାନ୍ୟ ସଂଶୋଧନ କରାଯାଇ ଶୁକ୍ରବାର ଡିଜିସିଏ ପକ୍ଷରୁ କଟକଣା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular