ଏଣିକି ଶହେ ଟଙ୍କା ହେବ କ୍ଷୀର ଲିଟର ପିଛା । ଏଭଳି ନିଷ୍ପତ୍ତି ନେଇଛି ହରିୟାଣାର ଖାପ ପଞ୍ଚାୟତ । ଏହା ମାର୍ଚ୍ଚ ୧ ଅର୍ଥାତ୍ ଆସନ୍ତାକାଲିଠାରୁ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତ ନୂଆ କୃଷି ଆଇନ୍ ଓ ତୈଳ ଦର ବୃଦ୍ଧି ବିରୋଧରେ କ୍ଷୀର ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଛି। ଏଥିସହ ପଞ୍ଚାୟତ ପକ୍ଷରୁ କୁହାଯାଇଛି ‘ଆମେ କ୍ଷୀର ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛୁ। ଆମେ ଡାଏରୀ ଚାଷୀଙ୍କୁ ଅନୁରୋଧ କରୁଛୁ ଯେ ସେମାନେ କେବଳ ସରକାରୀ କୋଅପରେଟିଭ୍ ସୋସାଇଟିକୁ ମଧ୍ୟ ଏହି ଦରରେ କ୍ଷୀର ବିକ୍ରି କରନ୍ତୁ। ତେବେ ଗରିବ ଲୋକଙ୍କୁ କ୍ଷୀର ଦେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଅର୍ଥାତ୍ ଗରିବଙ୍କୁ ପୁରୁଣା ଦରରେ କ୍ଷୀର ବିକ୍ରି କରାଯିବ।’ ଏହା ପୂର୍ବରୁ ସିଂଘୁ ବର୍ଡରରେ ଆନ୍ଦୋଳନ କରୁଥିବା ଚାଷୀ ନେତା କହିଛନ୍ତି, ‘ଡିଜେଲ ଦର ବୃଦ୍ଧି କରି କେନ୍ଦ୍ର ସରକାର ଚାଷୀଙ୍କୁ ଘେରିବାକୁ ପ୍ରୟାସ କରୁଛନ୍ତି। ସରକାରଙ୍କୁ କାଉଣ୍ଟର କରିବା ପାଇଁ ଆମେ କ୍ଷୀର ଦରକୁ ଦ୍ୱିଗୁଣିତ କରିଛୁ।’ ଏପରିକି ଯଦି ଚାଷୀଙ୍କ କଥା ନଶୁଣନ୍ତି, ତାହେଲେ ଆଗାମୀ ଦିନରେ ପରିବା ଦର ମଧ୍ୟ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଟ୍ୱିଟରରେ ମାର୍ଚ୍ଚ ୧ ତାରିଖରୁ କ୍ଷୀର ଦର ଲିଟର ପିଛା ୧୦୦ ଟଙ୍କା ହ୍ୟାଶଟ୍ୟାଗ୍ ସହ ଟ୍ୱିଟ୍ କରୁଥିବା କିଛି ଲୋକେ ପଚାରୁଛନ୍ତି ଯେ ଯଦି ଲୋକେ ୧୦୦ ଟଙ୍କାରେ ଲିଟର ପେଟ୍ରୋଲ କିଣିପାରୁଛନ୍ତି, ତାହେଲେ କ୍ଷୀର କାହିଁକି ନୁହେଁ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0