ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ କି ବାତ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧିତ କରିଛନ୍ତି। ମୋଦି ‘ଆତ୍ମ ନିର୍ଭର ଭାରତ’ ଅଭିଯାନ ଉପରେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ‘ଆତ୍ମ ନିର୍ଭର ଭାରତ’ ଅର୍ଥ ଓ ଜିନିଷକୁ ନେଇ ଗର୍ବ କରିବା ଉଚିତ। ଏଥିସହ କରୋନା କାଳରେ ସମସ୍ତଙ୍କୁ ସତର୍କ ରହିବାକୁ ଆହ୍ନାନ ଦେବା ସହ କୌଣସି ପ୍ରକାର ଅବହେଳା ନ କରିବାକୁ କହିଛନ୍ତି ମୋଦି ।ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆତ୍ମ ନିର୍ଭର ଭାରତ’ ପାଇଁ ବିଜ୍ଞାନର ଭଲ ବ୍ୟବହାର ହେଉଛି ।ସାରା ଦେଶ ‘ଆତ୍ମ ନିର୍ଭର ଭାରତ’ ଅର୍ଥ ନିଜ ଜିନିଷକୁ ନେଇ ଗର୍ବ କରିବା ଉଚିତ । ଦେଶରେ ତିଆରି ହେଉଥିବା ପ୍ରଡକ୍ଟକୁ ନେଇ ଆମେ ସମସ୍ତେ ଗର୍ବ କରିବା ଉଚିତ। ଜଳ ସଂରକ୍ଷଣ ପାଇଁ ଅପିଲ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବର୍ଷା ଋତୁ ପୂର୍ବରୁ ଜଳ ସଂରକ୍ଷଣ ପାଇଁ ଉଦ୍ୟମ ଆରମ୍ଭ କରିବା ଉଚିତ୍। ଜଳ ସଙ୍କଟର ସମାଧାନ ପାଇଁ ବର୍ଷା ଜଳର ସଞ୍ଚୟ ଜରୁରୀ । ବର୍ଷା ଜଳକୁ ନଷ୍ଟ ନକରି ସଞ୍ଚୟ କରିବା ଉଚିତ । ଗ୍ରୀଷ୍ମ ପ୍ରବାହ ପାଇଁ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେବା ଉଚିତ୍ । ଜଳ ସଂରକ୍ଷଣ ପାଇଁ ସମସ୍ତଙ୍କ ପ୍ରଚେଷ୍ଟା ଆବଶ୍ୟକ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0