ନୂଆଦିଲ୍ଲୀ: ବୈଜ୍ଞାନିକ ପ୍ରାୟ ୧୦ ବର୍ଷର ପରିଶ୍ରମ ପରେ ଆଣ୍ଟାର୍କଟିକାରେ ସୃଷ୍ଟି ହୋଇଥିବା ଫାଟର ସନ୍ଧାନ ପାଇଛନ୍ତି। ବ୍ରଣ୍ଟ ଆଇସ୍ ସେଲ୍ଫରୁ ବରଫର ଏକ ବଡ ଭାଗ ଶୁକ୍ରବାର ଭାଙ୍ଗି ଅଲଗା ହୋଇ ଯାଇଛି। ଏହି ବରଫ ଖଣ୍ଡର ଆକାର ମୁମ୍ବାଇ ସହରର ଦୁଇ ଗୁଣଠୁ ମଧ୍ୟ ଅଧିକ ହେବ। ଏହି ଘଟଣା ୨୦୨୦ ନଭେମ୍ଵରରେ ଆଇସ୍ ସେଲ୍ଫ ଉପରେ ହୋଇଥିବା ଏକ ବଡ ଫାଟ ପରେ ଘଟିଛି। ବିଶାଳ ବରଫ ଖଣ୍ଡ ଆଇସ୍ ବର୍ଗରୁ ଫେବୃଆରୀ ୨୬ ସକାଳେ ଅଲଗା ହୋଇ ଯାଇଛି। ତେବେ ଏହି ହିମଖଣ୍ଡର ଆକାର ୧୨୭୦ ବର୍ଗ କିମି ହୋଇଥିବା ବେଳେ ମୁମ୍ବାଇର ଆକାର ୬୦୩ ବର୍ଗ କିଲୋମିଟର।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0