ଅଯୋଧ୍ୟା: ଅଯୋଧ୍ୟା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଗତ ୪୪ ଦିନ ହେଲା ଚାଲିଥିବା ରାମ ମନ୍ଦିର ନିଧି ସମର୍ପଣ ଅଭିଯାନରେ ୨୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ ହୋଇଛି। ଶନିବାର ଦିନ ନିଧି ସମର୍ପଣ ଅଭିଯାନର ଶେଷ ଦିନ ଥିଲା। ଏହି ଅଭିଯାନ ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଯେତେବେଳେ ଆରମ୍ଭ ହୋଇଥିଲା ୧୧୦୦ କୋଟି ଟଙ୍କା ଆଦାୟ ହୋଇପାରେ ବୋଲି ଅନୁମାନ କରାଯାଇଥିଲା। କିନ୍ତୁ ଜନତାଙ୍କ ଅଦ୍ଭୂତପୂର୍ବ ଶ୍ରଦ୍ଧା ଓ ଭାଗିଦାରୀ ଯୋଗୁଁ ପାଖାପାଖି ହଜାରେ କୋଟି ଟଙ୍କା ଅଧିକ ସଂଗ୍ରହ ହୋଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0