ଶେଷ ହେଲା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ଚାନ୍ଦା ଆଦାୟ ପ୍ରକ୍ରିୟା । ଜାନୁଆରୀ ମାସରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ମୋଟ ୨ ହଜାର କୋଟି ଟଙ୍କା ସଂଗ୍ରହ କରାଯାଇଛି । ଯେଉଁଥିରେ ସ୍ୱେଚ୍ଛାସେବୀମାନେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ଅନେକ ସ୍ଥାନରୁ ଅନୁଦାନ ଯୋଗାଡ କରିଥିଲେ । ଏହି ପ୍ରକ୍ରିୟାରେ ସେମାନେ ମୋଟ ୫ ଲକ୍ଷ ଗାଁକୁ ଯାଇ ସେଠାରୁ ଦାନ ସଂଗ୍ରହ କରିଥିଲେ । ଏବେ ଏହି ପ୍ରକ୍ରିୟା ଶେଷ ହେବା ସହିତ ମୋଟ ୨ ହଜାର କୋଟି ଟଙ୍କା ସଂଗ୍ରହ ହୋଇଥିବା ଜଣାପଡିଛି । ତେବେ ଏହି ଅନୁଦାନ ଟଙ୍କାର ପରିମାଣ ଆହୁରି ବଢିବ ବୋଲି ଅନୁମାନ କରାଯାଉଛି । ଏବେ ବି ଅନେକ ଚେକ୍ ଏବଂ ଅନୁଦାନ ବ୍ୟାଙ୍କରେ ରହିଥିବାରୁ ସେଗୁଡିକ ଟ୍ରଷ୍ଟରେ ଜମା ହୋଇପାରିନି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0