ପୁଣି ବିଗିଡ଼ିଲା ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା। ସ୍ୱାସ୍ଥ ଖରାପ ଥିବା ଯୋଗୁଁ ତାଙ୍କର ଏକ ଅପରେସନ ହେବ। ଏନେଇ ସେ ନିଜେ ତାଙ୍କ ବ୍ଲଗ ଜରିଆରେ ସୂଚନା ଦେଇଛନ୍ତି। ଶନିବାର ଦିନ ବିଗ ବି’ ନିଜ ବ୍ଲଗରେ ଲେଖିଛନ୍ତି, ” ମେଡିକାଲ୍ କଣ୍ଡିସନ୍…ସର୍ଜରୀ…ମୁଁ ଏହାଠାରୁ ଆଇ କିଛି ଅଧିକା ଲେଖି ପାରିବିନି”। ବିଗ୍ ବିଙ୍କ ଏହି ବ୍ଲଗ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଛନ୍ତି। ଅମିତାଭଙ୍କ ଏହି ବ୍ଲଗକୁ ଦେଖିଲେ ତାଙ୍କର ସର୍ଜରୀ ହେବାର ଅଛି ନା ହୋଇସାରିଛି ତାହା କୁହାଯାଇପାରୁ ନାହିଁ। ବ୍ଲଗ୍ ପଢିବା ପରେ ଲୋକେ ତାଙ୍କ ସୁସ୍ଥ କାମନା କରୁଛନ୍ତି। ଲୋକେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବାକୁ ଚାହୁଁଛନ୍ତି। ଏହା ପୂର୍ବରୁ ଅମିତାଭ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିଛି ସପ୍ତାହ ହସ୍ପିଟାଲରେ ଚିକିତ୍ସିତ ହେବାପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0