spot_img

ରାସ୍ତା ନିର୍ମାଣରେ ଚାଲିଛି ମହାଦୁର୍ନୀତି

ଖୋର୍ଦ୍ଧା : ରାସ୍ତା ନିର୍ମାଣରେ ଚାଲିଛି ମହାଦୁର୍ନୀତି । ଖୋର୍ଦ୍ଧା ଜିଲ୍ଲା ଚିଲିକା ନାଭାଲ ଛକର ୧୬ ନଂ ଜାତୀୟ ରାଜପଥରେ ଅତି ନିମ୍ନ ମାନର ରାସ୍ତା କାମ ଚାଲିଛି । ମାଟି, ବାଲି ମିଶ୍ରଣରେ ରାସ୍ତା କାମ ଚାଲିଥିବାରୁ ତାହା ଶୀଘ୍ର ନଷ୍ଟ ହୋଇଯିବାର ଆଶଙ୍କା ରହିଛି । ଚେନ୍ନାଇ , କୋଲକତା ଯିବାର ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଦୈନିକ ହଜାର ହଜାର ଗାଡି ଏହି ରାସ୍ତାରେ ଯାଆସ କରିଥାଏ । ସରକାର କୋଟି କୋଟି ଟଙ୍କା ରାସ୍ତା ନିର୍ମାଣରେ ବ୍ୟୟ କରୁଛନ୍ତି । ଏହି ରାସ୍ତା କାମ ସିପିଏ କମ୍ପାନୀ ନେଇଥିବା ବେଳେ ଏଠାରେ ଅତି ନିମ୍ନ ମାନର କାମ ଚାଲିଥିବାରୁ ଜନସାଧରଣଙ୍କ ମଧ୍ୟରେ ଅସନ୍ତୋଷ୍ଟ ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular