ଭୁବନେଶ୍ୱର: ଆସନ୍ତା କାଲିଠାରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହି ପର୍ଯ୍ୟାୟରେ ୬୦ ବର୍ଷ ଓ ତା ଠାରୁ ଅଧିକ ବୟସର ବ୍ୟକ୍ତି, ୪୫ ରୁ ୫୯ ବର୍ଷ ମଧ୍ୟରେ ଯେଉଁମାନେ ବିଭିନ୍ନ ରୋଗରେ ପୀଡିତ ଥିବେ ସେମାନଙ୍କୁ ଟିକାକରଣ କରାଯିବ । ୨୦ ପ୍ରକାର ରୋଗକୁ ଗାଇଡଲାଇନରେ ଅନ୍ତର୍ଭୁକ୍ତ କରାଯାଇଛି । ସେମାନେ ଡାକ୍ତରଙ୍କଠାରୁ ପ୍ରମାଣପତ୍ର ଆଣି କୋ ୱିନ୍ ଆପ୍ ଜରିଆରେ ନିଜର ନାମ ପଞ୍ଜିକରଣ କରିପାରିବେ । ତାପରେ ବିଭିନ୍ନ ପ୍ରକ୍ରିୟା ଶେଷ ହେବା ପରେ ସେମାନେ କେଉଁଠି ଓ କେତେବେଳେ ଟିକାକରଣ ପାଇଁ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ବ୍ୟବସ୍ଥା ରହିଛି । ସରକାରୀ ହସ୍ପିଟାଲରେ ବିନା ଦେୟରେ ଟିକା ନେଇପାରିବେ । କିନ୍ତୁ ଘରୋଇ ହସ୍ପିଟାଲରେ ଅଢେଇ ଶହ ଟଙ୍କା ଦେବାକୁ ପଡିବ । ଏଥିପାଇଁ ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ସମେତ ୧୮୩ ଟି ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0