ନୂଆଦିଲ୍ଲୀ: ରାଜସ୍ଥାନର ଭାରତୀୟ ଜନତା ପାର୍ଟିର ବିଧାୟକ ସ୍ଵାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ହତ୍ୟା ପାଇଁ ଜବାହରଲାଲ ନେହେରୁଙ୍କୁ ଦାୟୀ କରିଛନ୍ତି। ବିଜେପି ବିଧାୟକ ମଦନ ଦିଲାଓ୍ଵର ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ନେହେରଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ମଦନ ବିଲାଓ୍ଵର ବିଜେପିର ରାଜ୍ୟ ସଂପାଦକ ମଧ୍ୟ ଅଛନ୍ତି। ରବିବାର ବିଜେପିର ସ୍ଥାନୀୟ ବୈଠକରେ ବିଧାୟକ ମଦନ ସାମିଲ ହୋଇଥିଲେ। ପଣ୍ଡିତ ଜବାହରଲାଲ ନେହେରୁ ଇଂରେଜଙ୍କ ସହ ମିଶି ଚନ୍ଦ୍ରଶେଖର ଆଜାଦଙ୍କ ହତ୍ୟା କରାଇଥିଲେ। ମୃତ୍ୟୁ ପୂର୍ବରୁ ଚନ୍ଦ୍ରଶେଖର ଆଜାଦ ପଣ୍ଡିତ ନେହେରୁଙ୍କୁ ଭେଟିବାକୁ ଯାଇଥିଲେ ବୋଲି ଦିଲାଓ୍ଵର କହିଛନ୍ତି। ଦିଲାଓ୍ଵର କହିଛନ୍ତି, ପଣ୍ଡିତ ନେହେରୁଙ୍କୁ ଜଣାଥିଲା ଯେ ଆଜାଦ ଅଲଫ୍ରେଡ୍ ପାର୍କରେ ବସିଛନ୍ତି। ସେ ହିଁ ଇଂରେଜଙ୍କୁ ଏହାର ସୂଚନା ଦେଇଥିଲେ। ଏହା ପରେ ଇଂରେଜର ସିପାହୀ ଆଜାଦଙ୍କୁ ପାର୍କର ଚାରିପଟେ ଘେରି ଯାଇଥିଲେ ଏବଂ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଚନ୍ଦ୍ରଶେଖର ଆଜାଦ ଇଂରେଜଙ୍କ ହାତରେ ମରିବା ଅପେକ୍ଷା ନିଜ ହାତରେ ନିଜକୁ ଗୁଳି କରି ମରିବାକୁ ଶ୍ରେୟସ୍କର ମଣିଥିଲେ।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0