ନୂଆ କୃଷିବିଲକୁ ନେଇ ମତ ରଖିଲେ ପ୍ରଧାନମନ୍ତ୍ରୀ । ଏକ ଅନଲାଇନ୍ କାର୍ଯ୍ୟକ୍ରମରେ ମତ ରଖି ମୋଦି କହିଛନ୍ତି କି ଦେଶରେ କୃଷିକ୍ଷେତ୍ର ଓ କୃଷକଙ୍କ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ଉଦ୍ୟମ ଅବ୍ୟାହତ ରହିଛି ।କୃଷକ ମାନେ କିଭଳି ସେମାନଙ୍କର ଉତ୍ପାଦନ ବୃଦ୍ଧି କରିବେ ଓ ସେସବୁ କୁ ଠିକରେ ପ୍ରକିୟାକରଣ କରିବା ସହ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତି କରିବେ ତାହା ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି । ପ୍ରଧାନମନ୍ତ୍ରୀ ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି କି ଏହି ବ୍ୟବସ୍ଥା ଯଦି ୨/୩ ଦଶକ ପୂର୍ବରୁ ଆରମ୍ଭ କରାଯାଇପାରିଥାନ୍ତା ତେବେ କୃଷକ ମାନେ ଆଜି ଆତ୍ମହତ୍ୟା କରିବା ଭଳି ପନ୍ଥା ଅପଣାଉ ନଥାନ୍ତେ । ଋଣ, ବିହନ, ସାର ଓ କୀଟନାଶକ ଆଜି ବଜାର କୃଷକ ମାନଙ୍କର ପ୍ରାଥମିକ ଆବଶ୍ୟକତା । ଏନେଇ ସେମାନଙ୍କ ପାଖରେ ଆର୍ଥିକ ସହାୟତା ଠିକ୍ ସମୟରେ ପହଂଚାଇବା ହେଉଛି ଗୁରୁତ୍ୱପୂର୍ଣ୍ଣ ।ଅନ୍ୟପଟେ କଣ୍ଟାକ୍ଟ ଫାର୍ମିଂ ଉପରେ ବି ମତ ରଖି ସେ କହିଛନ୍ତି କି ଦେଶରେ ବହୁବର୍ଷ ଆଗରୁ କଣ୍ଟାକ୍ଟ ଫାର୍ମିଂ ଆରମ୍ଭ ହୋଇଛି । ହେଲେ ଏହା କେବଳ ବ୍ୟବସାୟରେ ସୀମିତ ରହିବା ଉଚିତ ନୁହେଁ । କଣ୍ଟାକ୍ଟ ଫାର୍ମିଂ ବେଳେ ଉଭୟ ଠିକା କମ୍ପାନୀ ଓ ଚାଷୀ ମାନେ ଚାଷ ଜମି ପ୍ରତି ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0