ସାଧାରଣ ଜନତାଙ୍କୁ ଆଉ ଏକ ଝଟକା । ପୁଣିଥରେ ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦାମ । ମାର୍ଚ୍ଚ ୧ ତାରିଖରୁ ଏଲ୍ପିଜି ଗ୍ୟାସ ସିଲିଣ୍ଡର ଦାମ ପୁଣି ୨୫ ଟଙ୍କା ବୃଦ୍ଧି ପାଇଛି। ସପ୍ତାହେ ମଧ୍ୟରେ ଦୁଇଥର ସିଲିଣ୍ଡର ଦାମ ବୃଦ୍ଧି ପାଇଛି। ଦର ଦାମ ବୃଦ୍ଧି ତା ସାଙ୍ଗକୁ ସିଲିଣ୍ଡର ଦାମ ବୃଦ୍ଧି ଯୋଗୁଁ ଚିନ୍ତାରେ ଉପଭୋକ୍ତା। ଏହା ପୂର୍ବରୁ ଫେବୃଆରୀ ୪ ତାରିଖରେ ୨୫ ଟଙ୍କା, ୧୪ ତାରିଖରେ ୫୦ ଟଙ୍କା ବୃଦ୍ଧି ପାଇଥିଲା। ଫେବୃଆରୀ ୨୫ ତାରିଖରେ ପୁଣି ୨୫ ଟଙ୍କା ବଢିଥିଲା। ୫ଦିନ ପରେ ପୁଣି ୨୫ ଟଙ୍କା ବଢି ମାସେ ମଧ୍ୟରେ ୧୦୦ ଟଙ୍କା ବଢିଥିଲା। ଚଳିତ ମାସ ଆରମ୍ଭରେ ପୁଣି ବଢି ସିଲିଣ୍ଡର ଦାମ ୧୨୫ ଟଙ୍କା ବୃଦ୍ଧି ପାଇଛି। ନୂଆ ଦାମ ଆଜିଠାରୁ ଲାଗୁ ହେବ। ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ଘରୋଇ ଗ୍ୟାସ ସିଲିଣ୍ଡର ଦାମ ୭୯୪ ଟଙ୍କାରୁ ବଢି ୮୧୯ ଟଙ୍କା ହୋଇଛି। ମୁମ୍ବାଇରେ ମଧ୍ୟ ଘରୋଇ ସିଲିଣ୍ଡର ଦାମ ୮୧୯ ଟଙ୍କା ହୋଇଛି।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0