spot_img

କଙ୍ଗନାଙ୍କ ବିରୋଧରେ ଜାରି ହେଲେ ୱାରେଣ୍ଟ

ବଢ଼ିଲା ବଲିଉଡ କୁଇନ୍ କଙ୍ଗନାଙ୍କ ଅଡୁଆ। କଙ୍ଗନାଙ୍କ ବିରୋଧରେ ଜାରି ହେଲେ ୱାରେଣ୍ଟ। ଗୀତିକାର ଜାଭେଦ ଅଖତର ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ କଙ୍ଗନାଙ୍କ ବିରୋଧରେ ଏହି ୱାରେଣ୍ଟ ଜାରି ହୋଇଛି। ହାଜର ନ ହେବା ଯୋଗୁଁ କଙ୍ଗନାଙ୍କ ବିରୋଧରେ ମୁମ୍ବାଇ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି। ମୁମ୍ବାଇ ପୁଲିସ, ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ କଙ୍ଗନାଙ୍କୁ ମାର୍ଚ୍ଚ ୧ ତାରିଖ ତଥା ଆଜି ଡକାଇଥିଲେ। କିନ୍ତୁ କଙ୍ଗନା ହାଜର ହୋଇନଥିଲେ। ଏଥିପାଇଁ ତାଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏକ ଟେଲିଭିଜନ ସାକ୍ଷାତକାରେ କଙ୍ଗନା କଥିତ ରୂପେ ଜାଭେଦଙ୍କୁ ଟାର୍ଗେଟ କରିବା ସହ ତାଙ୍କୁ ନିରାଧାରରେ ଟିପ୍ପଣୀ କରିଥିଲେ । ଏନେଇ ଗତବର୍ଷ ନଭେମ୍ବରରେ ମୁମ୍ବାଇ ଅନ୍ଧେରି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ନିକଟରେ ଅଭିଯୋଗ କରିଥିଲେ ଜାଭେଦ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular