spot_img

ଉମରକୋଟରେ ବିପୁଳ ପରିମାଣର ଗଞ୍ଜେଇ ଜବତ

କୋରାପୁଟ: ଉମରକୋଟରେ ବିପୁଳ ପରିମାଣର ଗଞ୍ଜେଇ ଜବତ । ୭ କୁଇଣ୍ଟାଲ ଗଞ୍ଜେଇ ସହ ୪ଟି ବାଇକ ଜବତ ହୋଇଛି । ସୂଚନା ମୁତାବକ, କୌଣସି ସୂତ୍ରରୁ ଖବର ପାଇ ଉମରକୋଟ ବ୍ଲକ ଚାନ୍ଦିୟାବେଡା ଗ୍ରାମର ରବି ନାରାୟଣ ସମରଥଙ୍କ ଘରେ ଅଚାନକ ଚଢାଉ କରିଥିଲା । ଘରୁ ୭ କୁଇଣ୍ଟାଲ ୧୨ କେଜିର ଗଞ୍ଜେଇ ଜବତ ସହ ୪ ଜଣଙ୍କୁ ପୋଲିସ ଗିରଫ କରିଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ସରକାରୀ କର୍ମଚାରୀ ରହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular