spot_img

ଜୟଦେବ ପ୍ରେସ କ୍ଲବରେ ପ୍ରଥମ ସାଂଗଠନିକ ବୈଠକ ଅନୁଷ୍ଠିତ

ଜୟଦେବ ପ୍ରେସ କ୍ଲବରେ ପ୍ରଥମ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ହୀରାପୁର ସ୍ଥିତ ଚଉଷଠୀ ଯୋଗିନୀ ପୀଠରେ ଏହି ପ୍ରେସ କ୍ଲବ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବାଲିଅନ୍ତା, ବାଲିପାଟଣା, ଫୁଲନଖରା ଓ ପିିପିଲି ଅଞ୍ଚଳର ବହୁ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ସାଂପ୍ରତିକ ପରସ୍ଥିତିରେ ସମ୍ବାଦିକମାନଙ୍କର ବହୁବିଧ ସମସ୍ୟା ଉପରେ ବସ୍ତୃତ ଭାବେ ଆଲୋଚନା ହୋଇଥିଲା । ଏହି ଅବସରରେ ପେସ୍ରକ୍ଲବ ପକ୍ଷରୁ ୫ଜଣ ବରିଷ୍ଠ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବୈଠକରେ ସର୍ବ ସମ୍ମତିକ୍ରମେ ନିରଞ୍ଜନ ସେନାପତିଙ୍କୁ ସଭାପତି ଓ ଶ୍ରୀ ମହାପାତ୍ରଙ୍କୁ ସମ୍ପାଦକ ଭାବେ ଚୟନ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା । ଅବସରରେ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular