ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ୧୯୮୭ ମସିହା ଆଜିର ଦିନରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଶ୍ରଦ୍ଧା ଅଭିନୟ ସହିତ ଭଲ ଗୀତ ମଧ୍ୟ ଗାଇଥାନ୍ତି । ୨୦୧୦ ରେ ଶ୍ରଦ୍ଧା ବଲିଉଡ୍ ରେ ଡେବ୍ୟୁ କରିଥିଲେ । ଶ୍ରଦ୍ଧାଙ୍କୁ ତାଙ୍କର ପ୍ରଥମ ଫିଲ୍ମ ‘ତିନ୍ ପତି’ (୨୦୧୦)ରେ ମିଲିଥିଲା । ଏହି ଫିଲ୍ମରେ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଥିଲେ, କିନ୍ତୁ ଫିଲ୍ମଟି ଫ୍ଲପ୍ କାରଣରୁ ଶ୍ରଦ୍ଧାଙ୍କୁ କୌଣସି ପରିଚୟ ମିଳିପାରି ନଥିଲା । ଏହି ଫିଲ୍ମରେ ଶ୍ରଦ୍ଧାଙ୍କ ଚରିତ୍ରର ନାମ ଅପର୍ନା ଖାନ୍ନା ଥିଲା । ୨୩ ବର୍ଷ ବୟସରେ ଶ୍ରଦ୍ଧା ଫିଲ୍ମ ‘ତିନ୍ ପତି’ରେ ଅଭିନୟ କରିଥିଲେ । ଶ୍ରଦ୍ଧା କହିଛନ୍ତି ସେ ସବୁବେଳେ ଜଣେ ଭଲ ଆଭିନେତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ ତାଙ୍କର ପାଠ ପଢା ପାଇଁ ସେ ଏଥିରେ ତତ୍ପର ହୋଇନଥିଲେ ।

ଫିଲ୍ମ ‘ତିନ୍ ପତି’ ପରେ ତାଙ୍କର ପରବର୍ତ୍ତୀ ଫିଲ୍ମ ଥିଲା ‘ଲଭ୍ କା ଦି ଏଣ୍ଡ୍’ ଯେଉଁଥିରେ ଶ୍ରଦ୍ଧା ଜଣେ କଲେଜ୍ ଷ୍ଟୁଡେଣ୍ଟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ସଫଳ ହୋଇପାରି ନଥିଲା । ୨୦୧୩ରେ ‘ଆଶିକୀ ୨’ରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିବା ଶ୍ରଦ୍ଧାଙ୍କୁ ଏକ ବ୍ଲକବଷ୍ଟର ଫିଲ୍ମ ମିଳିଥିଲା । ଏହି ଫିଲ୍ମଟି ଶହେ କୋଟି ଟଙ୍କାରୁ ଅଧିକ ଆୟ କରିଥିଲା । ‘ଆଶିକୀ ୨’ ସଫଳତା ପରେ ଶ୍ରଦ୍ଧା ଆଉ ପଛକୁ ଚାହିଁ ନଥିଲେ । ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ କ୍ୟାରିଅର୍ ୧୦ ବର୍ଷ ହୋଇସାରିଛି ଏବଂ ସେ ବଲିଉଡର ଜଣେ ପ୍ରମୁଖ ହିରୋଇନ୍ ହୋଇପାରିଛନ୍ତି ।

ଏହା ପରେ ‘ଏକ ଭିଲେନ୍’, ‘ହୈଦର’, ‘ଏବିସିଡି ୨’, ‘ବାଗି ’, ‘ବାଗି ୩’, ‘ହାଫ୍ ଗର୍ଲ ଫ୍ରେଣ୍ଡ ଔର ସ୍ତ୍ରୀ’, ‘ସାହୋ’ ଭଳି ହିଟ୍ ଫିଲ୍ମରେ ଅଭିନୟ କରି ସାରିଛନ୍ତି ।ଶ୍ରଦ୍ଧାଙ୍କ ପିତା ଶକ୍ତି କପୁର ବଲିଉଡର ଟପ୍ ମୋଷ୍ଟ ଭିଲେନ୍ ମାନଙ୍କ ମଧ୍ୟରୁ ଜଣେ । ଶ୍ରଦ୍ଧା ଖୁବ୍ ଶୀଘ୍ର ନାଗିନ୍ ଭୂମିକାରେ ନଜର ଆସିବେ । ନିଖିଲ ଦ୍ୱିବେଦୀଙ୍କ ଫିଲ୍ମରେ ସେ ଏକ ଇଚ୍ଛାଧାରୀ ନାଗିନ୍ ଭାବରେ ନଜର ଆସିବେ । ଏହି ଫିଲ୍ମକୁ ବିଶାଲ ଫୁରିଆ ନିର୍ଦ୍ଦେଶନା ଦେଉଥିବା ବେଳେ ନିଖିଲ ଦ୍ୱିବେଦୀ ପ୍ରଯୋଜନା କରୁଛନ୍ତି । ଏହା ଏକ ଲଭ୍ ଷ୍ଟୋରୀ ଫିଲ୍ମ ହେବ । ଏହା ବ୍ୟତୀତ ଶ୍ରଦ୍ଧାଙ୍କୁ ରଣବୀର କପୁର ଲଭ୍ ରଂଜନଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ଦେଖିବାକୁ ମିଳିବ । ବହୁ ପ୍ରତୀକ୍ଷିତ ଫିଲ୍ମ ୧୮ ମାର୍ଚ୍ଚ ୨୦୨୨ ରେ ହୋଲି ଅବସରରେ ରିଲିଜ୍ ହେବ । ଏହି ଏହି ଫିଲ୍ମରେ ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଯୋଡି ପ୍ରଥମ ଥର ଦେଖିବାକୁ ମିଳିବ ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0