କେନ୍ଦୁଝର: ଧୂଳିଧୂସର ଭିତରେ ଜୀବନ ଅତିବାହିତ କରୁଛନ୍ତି ଓଡିଶାର ରାଜ୍ୟ ରାଜକୋଷକୁ ଅଧିକ ଅର୍ଥ ଦେଉଥିବା ଜିଲ୍ଲା କେନ୍ଦୁଝର . ଏହି ଜିଲ୍ଲାର ଯୋଡା ଅଞ୍ଚଳର ଅଧିବାସୀ ଏବେ ଜୀବନ ମରଣ ସହ ଜୁଝୁଛନ୍ତି. ଖଣି କମ୍ପାନୀ ଖଣି ଖୋଳି କୋଟିକୋଟି ଟଙ୍କା ମୁନାଫା କମାଉଥିଲେ ମଧ୍୍ୟ ସିଏସଆର କାର୍ଯ୍ୟକ୍ରମ ମାଧ୍ୟମରେ ପାରିପାଶ୍ୱର୍ିକ ଉନ୍ନତ୍ତି କୁ ଯମେିତି ଆଖି ବୁଜି ଦେଇଛନ୍ତି . ଯାହାକୁ ନେଇ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି କରିଛିି ଯୋଡା ସାମୁହିକ ବିକାଶ ପରିଶଦ . ଯାହାକୁ ସମର୍ଥନ କରିଛି ବିଜେପି . ଏ ନେଇ ଟାଟା ସମେତ ଦୁଇଟି ଖଣି କମ୍ପାନୀକୁ ଦାବି ପତ୍ର ଦିଆଯାଇଥିଲେ ମଧ୍ୟ ନିଦା ବିଷ୍ଣ୍ୁ ପାଲଟିଛନ୍ତି ଖଣି କର୍ତ୍ତୃ ପକ୍ଷ . ଏହି ଦାବି ଭିତରେ ସ୍ଥାନୀୟ ଅଞ୍ଚଳର ଶ୍ରମିକ ସେମାନଙ୍କ ପିଏଫ କଟୁଥିଲେ ମଧ୍ୟ କମ୍ପାନୀ ଭରୁନଥିବା ଅଭିଯୋଗକୁ କମ୍ପାନୀର ବରିଷ୍ଠ କର୍ତ୍ତୃପକ୍ଷ ଅସ୍ୱିକାର କରିଛନ୍ତି .



Visitors Today : 0
Total Visitors : 130166
Total Views : 9891611
Visitors Online Now : 0