ଦେଶର ନୂଆ ସଂସଦ ଭବନକୁ ଯିବା ଆସିବା ହେବ ସହଜ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଗାଡି ସଂସଦରୁ ବାହାରିବା ସମୟରେ ଜନତାଙ୍କୁ ଆଉ ଅସୁବିଧା ହେବନାହିଁ। ଏଥିପାଇଁ ଏକ ସୁଡ଼ଙ୍ଗ ନିର୍ମାଣ କରାଯାଉଛି ଯାହା ଅଣ୍ଡରଗ୍ରାଉଣ୍ଡ ରାସ୍ତା ଦେଇ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ବାସଭବନ ଯାଏଁ ଯିବ। ଯାହାଫଳରେ ସାଧାରଣ ଜନତାଙ୍କୁ ଭିଭିଆଇପି ମୁଭମେଣ୍ଟ ପାଇଁ ଆଉ କୌଣସି ଅସୁବିଧା ହେବନାହିଁ ଏବଂ ସଂସଦ ବାହାରେ ଟ୍ରାଫିକ ମଧ୍ୟ ସାମାନ୍ୟ ରହିବ। ଯଦି ଭିଆଇପି ମୁଭମେଣ୍ଟ ସଂସଦରୁ ଅଲଗା ରହିବ ତାହେଲେ କମ ବାଧା ସହ ନୂଆ ସଂସଦ ପରିସରକୁ ଯାଇପାରିବେ ଓ ପରିସରରୁ ବାହାରିପାରିବେ। ସେଣ୍ଟ୍ରାଲ ଭିଷ୍ଟାର ନିର୍ମାଣ ଯୋଜନା ଅନୁଯାୟୀ, ନୂଆ ପ୍ରଧାନମନ୍ତ୍ରୀ ଆବାସ ଓ ପିଏମଓ ସାଉଥ ବ୍ଲକରେ ରହିବ। ନୂଆ ଭିପି ଚାମ୍ବର ନର୍ଥ ବ୍ଲକରେ ରହିବ ଏବଂ ସାଂସଦଙ୍କ ଚାମ୍ବର ଟ୍ରାନ୍ସପୋର୍ଟ ଓ ଶ୍ରମ ଶକ୍ତି ଭବନ ଆଡକୁ ରହିବ। ସୁଡ଼ଙ୍ଗ ସିଙ୍ଗଲ ଲେନ ବିଶିଷ୍ଟ ହେବ। କାରଣ ଏହି ସୁଡ଼ଙ୍ଗ କିଛି ବିଶେଷ ଲୋକ ହିଁ ବ୍ୟବହାର କରିବେ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0