ଗୋଟିଏ ଓଭର୍ରେ ୬ଟି ଛକା ମାରି ରେକର୍ଡ ସୃଷ୍ଟି କରିଛନ୍ତି କିରଣ ପୋଲାର୍ଡ । ଆଣ୍ଟିଗୁଆର କୁଲିଗ୍ କ୍ରିକେଟ୍ ଗ୍ରାଉଣ୍ଡ୍ରେ ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟି–୨୦ ମ୍ୟାଚ୍ରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି । ସାର୍ ଗ୍ୟାରି ସୋବର୍ସଙ୍କ ପରେ ଗୋଟିଏ ଓଭର୍ରେ ୬ଟି ଛକା ମାରିବାରେ ସେ କ୍ୟାରିବୀୟ ଅଞ୍ଚଳର ଦ୍ୱିତୀୟ ଖେଳାଳି ହେବାର ମର୍ଯ୍ୟାଦା ପାଇଛନ୍ତି । ଷଷ୍ଠ ଓଭର୍ରେ ଶ୍ରୀଲଙ୍କାର ଅଫ୍-ସ୍ପିନର୍ ଅକିଲା ଧନଞ୍ଜୟଙ୍କ ବୋଲିଙ୍ଗ୍ ବିପକ୍ଷରେ ବ୍ୟାଟିଙ୍ଗ୍ କରି ପୋଲାର୍ଡ ଏହି ୬ଟି ଛକା ମାରିବାର ଗୌରବ ଅର୍ଜନ କରିଛନ୍ତି ।କ୍ରିକେଟ୍ ଇତିହାସରେ ଗୋଟିଏ ଓଭର୍ରେ ୬ଟି ଛକା ମାରିବାରେ ପୋଲାର୍ଡ ହେଲେ ଅଷ୍ଟମ ଖେଳାଳି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0