ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମରେ ୪ର୍ଥ ତଥା ଅନ୍ତିମ ଟେଷ୍ଟ ଜାରି ରହିଛି । ପ୍ରଥମ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଇଂଲଣ୍ଡ । ଅକ୍ଷର ପଟେଲ, ମହମ୍ମଦ ସିରାଜ ଏବଂ ରବିଚନ୍ଦ୍ରନ ଅଶ୍ବିନଙ୍କ ଘାତକ ବୋଲିଂ ଆଗରେ ଧରାଶୟୀ ହୋଇଛନ୍ତି ଇଂଲଣ୍ଡ ଦଳ । ମୋଟେରାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ୪ର୍ଥ ତଥା ଶେଷ ଟେଷ୍ଟ ମ୍ୟାଚ୍ରେ ଧରାଶୟୀ ହୋଇଛି ଟିମ୍ ଇଂଲଣ୍ଡ । ପ୍ରଥମ ଇନିଂସ୍ରେ ୭୫.୫ଓଭରରେ ମାତ୍ର ୨୦୫ ରନ୍ରେ ଅଲଆଉଟ ହୋଇଯାଇଛି ଦଳ । ପ୍ରଥମ ଦିନରେ ପୁଣି କମାଲ କରିଛନ୍ତି ଅଶ୍ବିନ–ଅକ୍ଷର ଯୋଡି । ଭାରତୀୟ ବୋଲରମାନଙ୍କ ଘାତକ ବୋଲିଂକୁ ସାମ୍ନା କରିବାକୁ ସକ୍ଷମ ହୋଇପାରିନାହାନ୍ତି ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0