spot_img

ପିତା ହେବାକୁ ଯାଉଛନ୍ତି ଯୁବରାଜ ସିଂହ !

ପିତା ହେବାକୁ ଯାଉଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ । ଯାହାକି ଏବେ ସୋସିଆଲ୍‌ ମିଡିଆରେ ଖୁବ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯୁବରାଜ ସିଂହ ନିଜ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ଯୁବରାଜ ଏବଂ ତାଙ୍କ ପତ୍ନୀଙ୍କ କିଛି ନିକଟତମ ବନ୍ଧୁ ଥିବାର ନଜର ଆସିଥିଲେ । ଯୁବରାଜ ନିଜ ପତ୍ନୀ ହେଜେଲ୍‌ଙ୍କ ଜନ୍ମଦିନ ସେଲିବ୍ରେଟ୍‌ କରୁଥିଲେ । ଜନ୍ମଦିନର ଶୁଭେଚ୍ଛା ଲେଖି ଏହି ଭିଡିଓଟି ପୋଷ୍ଟ କରିଛନ୍ତି ଯୁବରାଜ । ତେବେ ପୋଷ୍ଟ ହୋଇଥିବା ଭିଡିଓରେ ଯୁବରାଜଙ୍କ ପତ୍ନୀ ହେଜେଲ ଗର୍ଭବତୀ ଥିବାର ଚର୍ଚ୍ଚା ହେଉଛି । ଏପିରିକି ଫ୍ୟାନ୍ସମାନେ ଯୁବରାଜଙ୍କୁ ହେଜେଲ ଗର୍ଭବତୀ ନେଇ ପ୍ରଶ୍ନ ମଧ୍ୟ କରିଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଯୁବରାଜ କି ହେଜେଲ ଗର୍ଭବତୀ ନେଇ କିଛି ସ୍ପଷ୍ଟ କରିନାହାନ୍ତି ସେହିପରି ଅନେକ ଫିଲ୍ମ ଷ୍ଟାର, କ୍ରିକେଟର ମଧ୍ୟ ହେଜେଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular