ମା’ ହେବାକୁ ଯାଉଛନ୍ତି କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ। ଖୁବ୍ଶୀଘ୍ର ଶ୍ରେୟା ନିଜର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏ ନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ନିଜେ ଶ୍ରେୟା। ଶ୍ରେୟା ଗୁରୁବାର ସକାଳେ ଟ୍ଵିଟ୍ କରି ଲେଖିଛନ୍ତି, ବେବି ଶ୍ରେୟାଦିତ୍ୟ ଆସୁଛି। ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କ ଭଲ ପାଇବା ଓ ଆଶୀର୍ବାଦ କାମନା କରୁଛି। ଶ୍ରେୟାଙ୍କର ଏହି ପୋଷ୍ଟରେ ଅନେକ ଷ୍ଟାରମାନେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଶ୍ରେୟା ୨୦୧୫ରେ ଶିଳାଦିତ୍ୟ ମୁଖୋପାଧ୍ୟାୟଙ୍କୁ ବିବାହ କରିଥିଲେ। ବିବାହର ସମସ୍ତ ରୀତିନୀତି ବଙ୍ଗାଳୀ ପରମ୍ପରା ଅନୁସାରେ କରାଯାଇଥିଲା । ଶ୍ରେୟା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଦେବଦାସ’ରୁ ଡେବ୍ୟୁ କରିଥିଲେ । ଏଥିରେ ସେ ଗାଇଥିବା ଗୀତ ‘ବୈରୀ ପିୟା’ ସୁପରହିଟ୍ ହୋଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0