ମୈତ୍ରୀ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ବାଂଲାଦେଶ ପ୍ରତିପକ୍ଷ ଶେଖ ହସିନା ମଧ୍ୟ ଉପସ୍ଥିତ ରହିଥିଲେ। ଫେନି ନଦୀ ଉପରେ ତିଆରି ହୋଇଥିବା ବ୍ରିଜକୁ ମୋଦି ଓ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି। ଏହି ନଦୀଟି ଭାରତର ତ୍ରିପୁରା ସୀମାରୁ ବାଂଲାଦେଶକୁ ପ୍ରବାହିତ ହେଉଛି। ଏହି ମୈତ୍ରୀ ସେତୁର ଉଦଘାଟନକୁ ଶେଖ ହସିନା ଐତିହାସକ ବୋଲି କହିଛନ୍ତି। ସେ ଏହି ଅବସରେ କହିଛନ୍ତି, ଆମ ପଡ଼ୋଶୀ ଭାରତକୁ ସହଯୋଗ କରିବା ପାଇଁ ବାଂଲାଦେଶ ଦେଇଥିବା ପ୍ରତିଶ୍ରୁତିର ଏହା ପ୍ରତିଫଳନ। ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସହଜ କରି ସମ୍ପର୍କକୁ ମଜଭୂତ କରିବା ପାଇଁ ମୈତ୍ରୀ ସେତୁର ଉଦଘାଟନ ହୋଇଛି। ରାଜନୀତିକ ସୀମା ଶିଳ୍ପ ପାଇଁ ପଜିକାଲ ଅବରୋଧରେ ପରିଣତ ହେବା ଠିକ୍ ନୁହେଁ। ଫେନି ନଦୀ ଉପରେ ହୋଇଥିବା ବ୍ରିଜ୍ ବାଂଲାଦେଶକୁ ନେପାଳ ଓ ଭୁଟାନ ସହ ବ୍ୟବସାୟ କରିବାରେ ସହଯୋଗ କରିବ ବୋଲି ସେ କହିଛନ୍ତି। ମୋଦି ଏହି ଅବସରରେ ତ୍ରିପୁରାରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0