spot_img

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତ୍ରିବେନ୍ଦ୍ର ସିଂ ରାୱତ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତ୍ରିବେନ୍ଦ୍ର ସିଂ ରାୱତ । ରାଜ୍ୟପାଳ ବେବିରାଣୀ ମୌର୍ୟ୍ୟଙ୍କୁ ଦେଲେ ନିଜ ଇସ୍ତଫା ପତ୍ର । ଇସ୍ତଫା ପତ୍ର ଦେବା ପରେ ପ୍ରେସମିଟ କରି ସୂଚନା ଦେଲେ ତ୍ରିବେନ୍ଦ୍ର ସିଂ ରାୱତ । ତେବେ କୁହାଯାଉଛି ଯେ ବୁଧବାରକୁ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ । ତେବେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେ କଳ୍ପନା ଜଳ୍ପନା ଲାଗି ରହିଛି । ତ୍ରିବେନ୍ଦ୍ର ସିଂ ରାୱତ ପ୍ରେସ କନଫରେନ୍ସ କରି କହିଛନ୍ତି, ବହୁତ ସମୟ ଧରି ରାଜନୀତି କରିଛି । ୪ ବର୍ଷ ପାଇଁ ପାର୍ଟି ମତେ ସିଏମ ଭାବେ କାର୍ୟ୍ୟ କରିବାର ଦାୟିତ୍ୱ ଦେଇଥିଲା । ଏହି ସମୟ ମଧ୍ୟରେ ଦଳ ପକ୍ଷରୁ ମତେ ବହୁତ ସମ୍ମାନ ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular