ମୁମ୍ବାଇ: ପ୍ରତ୍ୟେକ ଦିନ କ୍ରମାଗତ ଭାବେ ବଢ଼ି ଚାଲିଥିବା କୋଭିଡ୍-୧୯ ମାମଲାରେ ଯଦି ହ୍ରାସ ପରିଲକ୍ଷିତ ନହୁଏ, ତେବେ ମୁମ୍ବାଇରେ ଆଂଶିକ ‘ଲକଡାଉନ’ ବା ତାଲାବନ୍ଦ ଘୋଷଣା କରାଯିବ ବୋଲି ଆଜି ମହାରାଷ୍ଟ୍ର କ୍ୟାବିନେଟରେ ମୁମ୍ବାଇ ଦାୟିତ୍ୱରେ ଥିବା ମନ୍ତ୍ରୀ ଅସଲମ ଶେଖ କହିଛନ୍ତି। ମନ୍ତ୍ରୀ ଶେଖ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୁମ୍ବାଇରେ ବଢ଼ି ଚାଲିଥିବା କୋଭିଡ-୧୯ ସଂକ୍ରମଣ ନେଇ ଆଲୋଚନା କରାଯାଇଛି। ସେ କହିଛନ୍ତି ଯେ ଗତ ବର୍ଷ ସେପ୍ଟେଟରରେ ଦେଖାଯାଇଥିବା କୋଭିଡ-୧୯ ଶିଖର ସମୟରେ ଦେଖାଦେଇଥିବା ସ୍ଥିତିକୁ ସାଂପ୍ରତିକ ସ୍ଥିତି ଫେରୁଥିବାରୁ ବୈଠକରେ ଚିନ୍ତା ପ୍ରକଟ କରାଯାଇଥିଲା। ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାସ୍କ ନ ପିନ୍ଧିବା କିମ୍ବା ବିବାହ ହଲ ଏବଂ ପବଗୁଡିକରେ ଭିଡ଼ ନଜମାଇବା କିମ୍ବା ସାମାଜିକ ଦୂରତା ଭଳି ନିୟମର କଡ଼ାକଡ଼ି ପାଳନ ପାଇଁ ଜୋରିମାନା ଲାଗୁ କରି ସରକାର ପ୍ରଥମେ ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଏଥିସହ କୋଭିଡ୍-୧୯ ପରୀକ୍ଷଣ ବୃଦ୍ଧି ଏବଂ ଟୀକାକରଣ କାର୍ୟ୍ୟକ୍ରମକୁ ତ୍ୱରାନ୍ଵିତ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0