ନୂଆଦିଲ୍ଲୀ: ରାଜନୀତିରେ ପାଦ ରଖିଥିବା ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ପୁଣି ଥରେ ବଡ ପରଦାକୁ ଫେରୁଛନ୍ତି। ନିକଟରେ ଉର୍ମିଲା ମାତୋଣ୍ଡକର ଏକ ଇଣ୍ଟରଭ୍ୟୁରେ କହିଛନ୍ତି ସେ ୧୨ ବର୍ଷ ପରେ ପୁଣିଥରେ ଫିଲ୍ମରେ ନଜର ଆସିବେ। ସେ ଏକ ନୂଆ ଫିଲ୍ମ ସହିତ ବଡପରଦାକୁ ଫେରୁଛନ୍ତି। ଏଥିସହ ସେ କହିଛନ୍ତି ତାଙ୍କୁ ଏକ ୱେବ୍ ଶୋରେ ମଧ୍ୟ ଦେଖିବାକୁ ମିଳିବ। ଉର୍ମିଲା ବଲିଉଡରେ ରଙ୍ଗୀଲା, ପ୍ୟାର୍ ତୁନେ କ୍ୟା କିୟା, ଭୁତ୍, ପିଞ୍ଜର ଭଳି ଅନେକ ହିଟ୍ ଫିଲ୍ମ କରିଛନ୍ତି। ଉର୍ମିଲାଙ୍କୁ ଶେଷଥର ପାଇଁ ୨୦୧୮ ମସିହାରେ ଇରଫାନ ଖାନଙ୍କ ଫିଲ୍ମ ‘ବ୍ଲାକମେଲ୍’ର ଏକ ବିଶେଷ ଗୀତରେ ଦେଖିବାକୁ ମିଳିଥିଲା। ଏହା ପରେ ଉର୍ମିଲା ବଲିଉଡରୁ ଦୂରେଇ ଯାଇଥିଲେ ଏବଂ ୨୦୧୯ ରେ ରାଜନୀତିରେ ପ୍ରବେଶ କରିଥିଲେ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0