ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି। ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ। ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ୫ ଜଣିଆ NSG ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ଟିମରେ ରହିବେ ଏନଏସଜିର ଦୁଇ ଜଣ ଅଧିକାରୀ ଓ ଦୁଇ ଜଣ କର୍ମଚାରୀ। ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ମିଶି ମକ ଡ୍ରିଲ କରିବା କାର୍ଯ୍ୟକ୍ରମ ରହିଛି।
ଏନଏସଜି ସହ ସମନ୍ୱୟ ରକ୍ଷା ପାଇଁ ଆଇଜି ଅପରେସନ୍ ଅମିତାଭ ଠାକୁରଙ୍କୁ ରାଜ୍ୟ ସରକାର ନୋଡାଲ୍ ଅଫିସର ଭାବରେ ଦାୟିତ୍ୱ ଦେଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପରେ ପ୍ରଥମ ଥର ସମୀକ୍ଷା କରିବ NSG। ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଅଧିକାରୀ ଓ ଏଏସଆଇ ଅଧିକାରୀଙ୍କ ସହ ଆଲୋଚନା ବି କରିବେ। ଶ୍ରୀମନ୍ଦିର ଐତିହ୍ୟ ଓ ସୁରକ୍ଷା କରିଡଡର ବାବଦରେବି ଆଲୋଚନା କରିବା ନେଇ ସୂଚନା ମିଳିଛି। ପୂର୍ବରୁ ୨୦୧୭ ଜୁଲାଇ ଓ ୨୦୧୮ ସେପ୍ଟେମ୍ବର ମାସରେ ଶ୍ରୀମନ୍ଦିରରେ ସୁରକ୍ଷା ସ୍ଥିତିର ଯାଞ୍ଚ କରିଥିଲା ଏନଏସଜି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0