ପୁଣିଥରେ କାୟା ବିସ୍ତାର କରିବା ଆରମ୍ଭ କଲାଣି ମହାମାରୀ କରୋନା। ମହାରାଷ୍ଟ୍ର କରୋନା ଦ୍ୱାରା ଅଧିକ ପ୍ରଭାବିତ ହେବାରେ ଲାଗିଛି। ଏହି କାରଣରୁ ଗୋଟିଏ ପରେ ଗୋଟିଏ ସହରରେ କଟକଣା ଲାଗୁ କରାଯାଉଛି। ଏହିକ୍ରମରେ ପୁଣେରେ ସଂକ୍ରମଣ ବଢ଼ୁଥିବାରୁ ସ୍ଥାନୀୟ ପ୍ରଶାସନ ଆଜିଠାରୁ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛି। ସେହିପରି ଆସନ୍ତା ୩୧ ଯାଏ ପୁଣେରେ ଥିବା ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ। ନାଇଟ କର୍ଫ୍ୟୁର ଅବଧି ରାତି ୧୧ଟାରୁ ସକାଳ ୬ଟା ରହିଛି। କିନ୍ତୁ ପୁଣେରେ ଥିବା ହୋଟେଲ ଓ ବାର୍ ଗୁଡ଼ିକ ରାତି ୧୦ଟାରୁ ବନ୍ଦ ହେବ। ସେହିପରି ମଲ ଓ ଥିଏଟର ମଧ୍ୟ ରାତି ୧୦ଟା ପରେ ଖୋଲିବ ନାହିଁ। ପାର୍କ ଗୁଡ଼ିକ ସନ୍ଧ୍ୟା ସୁଦ୍ଧା ଏହାକୁ ବନ୍ଦ କରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0