ବିଜେପି ପକ୍ଷରୁ ନନ୍ଦିଗ୍ରାମ ଆସନ ପାଇଁ ନାମାଙ୍କନ ଦାଖଲ କଲେ ଶୁଭେନ୍ଦୁ ଅଧିକାରୀ। ସେ ବିରାଟ ଶୋଭାଯାତ୍ରା କରି ହଳଦିଆ ସ୍ଥିତ ଡିଏମ ଅଫିସରେ ପହଞ୍ଚି ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ନାମାଙ୍କନ ଦାଖଲ କରିବା ବେଳେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ମୃତି ଇରାନୀ ଉପସ୍ଥିତ ରହିଥିଲେ। ଏଥିରେ ଯୋଗଦେଇ ସ୍ମୃତି ଇରାନୀ ଟିଏମସି ଓ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆପଣ ପଶ୍ଚିମବଙ୍ଗ ସହ ଖେଳ କରିଛନ୍ତି। କିନ୍ତୁ ମୋଦି ଏଠାରେ ପରିବର୍ତ୍ତନ କରିବେ। ସେହିପରି ଶୁଭେନ୍ଦୁ ଅଧିକାରୀ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ନନ୍ଦିଗ୍ରାମରେ ବିରାଟ ଯଜ୍ଞ କରିଥିଲେ। ଯଜ୍ଞ କରି ସାରିବା ପରେ ସେ ବିରାଟ ସମାବେଶକୁ ଉଦବୋଧନ ଦେଇ ବିଜେପି ପଶ୍ଚିମବଙ୍ଗରେ କ୍ଷମତା ଦଖଲ କରିବାକୁ ଯାଉଥିବା ଦମ୍ଭୋକ୍ତି କରିଥିଲେ। ଏହାପରେ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି। ନନ୍ଦିଗ୍ରାମରେ ଏଥର ମମତା ବାନାର୍ଜୀ ଟିଏମସିରୁ ପ୍ରାର୍ଥୀ ହୋଇଛନ୍ତି। ସେ ମାର୍ଚ୍ଚ ୧୦ରେ ଏଠାରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0