ଗଞ୍ଜାମ : ରାଜନୈତିକ ହିଂସାକୁ ନେଇ ମରଣାନ୍ତକ ଆକ୍ରମଣ । ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ଦେଖାଦେଇଛି ଅସନ୍ତୋଷ । ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ଗ୍ରାମ ପଞ୍ଚାୟତର ନଳିହାଡ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି । ଗ୍ରାମର ପୂର୍ବତନ ସରପଞ୍ଚ ସନାତନ ସଂଗ୍ରାମ ଓ ତାଙ୍କ ସହଯୋଗୀ ମିଳିତ ଭାବେ ଗାଁର ଚିରିଞ୍ଜିବି ସିଂଙ୍କୁ ଏକ ଲୁହା ଛଡରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାକୁ ନେଇ ବ୍ରହ୍ମପୁର ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ସଦର ଥାନା ଅଧିକାରୀ ଚିରିଞ୍ଜିବିକୁ ଚିକିତ୍ସା ଲାଗି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ତେବେ ବ୍ରହ୍ମପୁର ସଦର ଥାନା ପୋଲିସ ସନାତନ ସଂଗ୍ରାମ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0