ବଲିଉଡ ଅଭିନେତ୍ରୀ ବାଣୀ କପୁର ନିଜ ଫିଗର ଫିଟନେସ ଏବଂ ଷ୍ଟାଇଲିସ ଲୁକ୍କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। । ତେବେ ବାଣୀ କପୁର ସୋଶାଲ ମିଡିଆରେ ଏତେ ଆକ୍ଟିଭ ନଥିଲେ ମଧ୍ୟ ବେଳେ ବେଳେ ସେ ନିଜର କିଛି ଫଟୋ ଏବଂ ଭିଡିଓ ସେଆର କରନ୍ତି, ଯାହାକୁ ଦେଖି ଲୋକ ତାଙ୍କ ପ୍ରଶଂସା ନକରି ରହିପାରନ୍ତି ନାହିଁ।ନିକଟରେ ବାଣୀ ତାଙ୍କ ଇନଷ୍ଟାଗ୍ରାମରେ ଏଭଳି ହିଁ ଏକ ଫଟୋ ସେଆର କରିଛନ୍ତି। ଯାହା ସୋଶାଲ ମିଡିଆରେ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ବଲିଉଡ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକ, ସମସ୍ତଙ୍କୁ ଏହି ଫଟୋ ବେଶ ପସନ୍ଦ ଆସୁଛି। ‘ସୁଦ୍ଧ ଦେଶୀ ରୋମାନ୍ସ’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିବେ ବାଣୀ କପୁରଙ୍କ ଆଗକୁ ଆହୁରି ୩ଟି ଫିଲ୍ମ ଆସିବାକୁ ଅଛି। ଫିଲ୍ମ ‘ବେଲ ବଟମ୍’ରେ ବାଣୀ କପୁର ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଅପୋଜିଟରେ ନଜର ଆସିବେ। କେବଳ ସେତିକି ନୁହେଁ ତାଙ୍କୁ କରଣ ମଲହୋତ୍ରାଙ୍କ ନିର୍ଦ୍ଦେଶତି ଫିଲ୍ମ ‘ସମଶେରା’ରେ ମଧ୍ୟ ଦେଖିବାକୁ ମିଳିବ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0