ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ କିଛି ଅଜବ ଗଜବ ଭିଡ଼ିଓ। ସେଥିମଧ୍ୟରୁ କିଛି ଭିଡ଼ିଓ ମନୋରଞ୍ଜନ ହୋଇଥିବା ବେଳେ ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ପୂର୍ଣ୍ଣ ମଧ୍ୟ ହୋଇଥାଏ। ଏବେ ସୋସିଆଲ ମିଡ଼ିଆରେ ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ଆପଣଙ୍କୁ ଏଣ୍ଟରଟେନ ମେଣ୍ଟ କରିବା ସହ ଆଶ୍ଚର୍ଯ୍ୟ ମଧ୍ୟ କରିବ। ଆପଣ ଭାବୁଥିବେ ଏପରି କଣ ଅଛି କି ଭିଡ଼ିଓ ଭିତରେ ଯାହା ଏଣ୍ଟରଟେନମେଣ୍ଟ ସହ ଆଶ୍ଚର୍ଯ୍ୟ କରିବ। ଆଉ ଏହି ଭିଡ଼ିଓ ମଧ୍ୟ କିଛି ପିତା ମାତାଙ୍କୁ ସଚେତନ କରିବ। ଯେଉଁମାନେ ନିଜ ପିଲାକୁ ବାହାରେ ଖେଳିବାକୁ ଛାଡ଼ୁଛନ୍ତି ଏବଂ ଧ୍ୟାନ ନ ରଖୁଛନ୍ତି। ଯଦି ଆମ କଥା ବିଶ୍ୱାସ ହେଉନି ତେବେ ନିଜେ ଥରେ ଦେଖିନିଅନ୍ତିୁ।

ଆପଣ ଦେଖିପାରୁଥିବେ ମାଙ୍କଡଟି କିପରି ରାସ୍ତାରେ ବାଇକ ଚଳାଉଛି । ବାଇକ ଚଲାଉଥିବା ବେଳେ ମାଙ୍କଡ଼ଟି ନିକଟରେ ବସିଥିବା କିଛି ଛୋଟ ପିଲାଙ୍କ ପାଖରେ ନିଜର ବାଇକକୁ ଛାଡ଼ି ଦେଉଛି।

ପରେ ତୁରନ୍ତ ଏକ ଛୋଟ ଶିଶୁଟିର ଚୁଟିକୁ ଧରି ବାଇକ ଭାବି ଘୋଷାରି ଘୋଷାରି ଆଣୁଛି। ଶିଶୁଟି ମଧ୍ୟ ମାଙ୍କଡ଼ ଘୋଷରାରେ ଭିଡ଼ି ହୋଇଯାଉଛି। ତେବେ କିଛି ବାଟ ଗଲାପରେ ମାଙ୍କଡଟି ଶିଶୁକୁ ଛାଡ଼ି ଦେଉଇଛି। ପରେ ଶିଶୁଟି ଉଠି ଦୌଡ଼ୁଛି।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0