ନୂଆଦିଲ୍ଲୀ: ମାସ୍କ ନ ପିନ୍ଧିଲେ ବିମାନରୁ ଯାତ୍ରୀଙ୍କ ଓହ୍ଲାଇ ଦିଆଯିବ । ଦେଶରେ ପୁଣିଥରେ ବଢିଲାଣି କରୋନା ସଂକ୍ରମଣ ସଂଖ୍ୟା । କିଛି ରାଜ୍ୟରେ ଲକଡାଉନ ଜାରି କରାଯାଇଥିବା ବେଳେ ଆଉ କେଉଁଠି ନାଇଟ କଫୁ୍ର୍ୟ ବି ଜାରି କରାଯାଇଛି । ଲୋକଙ୍କ ଅସାବାଧାନତାକୁ ଦେଖି ସରକାର କିନ୍ତୁ କଡା ହେବାରେ ଲାଗିଛନ୍ତି । ତେଣୁ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ସରକାର ଆଉ ଏକ କଡା ପଦକ୍ଷେପ ନେଇଛନ୍ତି । ଯେଉଁମାନେ ବିମାନରେ ଯାତ୍ରା କରୁଛନ୍ତି ଯଦି ସେମାନଙ୍କ ମଧ୍ୟରୁ କେହି ବିମାନ ଭିତରେ ବିନା ମାସ୍କରେ ଧରାପଡିଲେ ତେବେ ତାଙ୍କୁ ବିମାନରୁ ଓହ୍ଳାଇ ଦିଆଯିବ । ଡିଜିସିଏ ଏହାକୁ ନେଇ ଗାଇଡଲାଇନ ଜାରି କରିଛନ୍ତି । ବାରମ୍ବାର କହିବା ପରେ ବି ଯଦି କେହି ଏହି ନିୟମକୁ ପାଳନ କରୁ ନାହାନ୍ତି ତେବେ ସେମାନଙ୍କୁ ଅନରୁଲି ପାସେଞ୍ଜର ବୋଲି କୁହାଯିବ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0