ଇତିହାସ ରଚିଲେ ମିତାଲି । ଭାରତୀୟ ମହିଳା ଅନ୍ତର୍ଜାତୀୟ ଦିନିକିଆ ଟିମର ଅଧିନାୟକ ମିତାଲି ରାଜଙ୍କ ନୂଆ ରେକର୍ଡ଼ । ପ୍ରଥମ ଭାରତୀୟ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନର ରେକର୍ଡ଼ କରିବା ପରେ ଏବେ ଓଡ଼ିଆଇ ରେ ୭ ହଜାର ରନ ପୂରା କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଦିନିକିଆରେ ମିତାଲି ୨୬ ରନ କରିବା କ୍ଷଣି ହିଁ ତାଙ୍କ ନାଁରେ ଏହି ଉପଲବ୍ଧି ଯୋଡ଼ି ହୋଇଛି। ଲକ୍ଷ୍ନୌର ଅଟଳ ବିହାରି ବାଜପେୟୀ ଷ୍ଟାଡିୟମରେ ଚାଲିଥିବା ସିରିଜରେ ବର୍ତ୍ତମାନ ଆଫ୍ରିକା ୨-୧ରେ ଆଗୁଆ ରହିଛି ।୩୮ ବର୍ଷୀୟ ମିତାଲି ପୂର୍ବରୁ ହିଁ ସବୁଠୁ ଅଧିକ ଦିନିକିଆ ଖେଳିଥିବା ମହିଳା ଖେଳାଳି ହୋଇସାରିଛନ୍ତି । ଏଥି ସହିତ ସିରିଜର ତୃତୀୟ ମ୍ୟାଚରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନର ରେକର୍ଡ଼ କରିଛନ୍ତି । ଏଥିସହିତ ଭାରତର ପ୍ରଥମ ଓ ବିଶ୍ୱର ଦ୍ୱିତୀୟ ମହିଳା କ୍ରିକେଟର ଭାବେ ଏହି ଉପଲବ୍ଧି ହାସ କରିଛନ୍ତି ମିତାଲି।ମିତାଲିଙ୍କ ପୂର୍ବରୁ ଇଂଲଣ୍ଡର ଚାର୍ଲେଟ୍ ଏଡୱାର୍ଡସ ପ୍ରଥମ ମହିଳା ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ୍ ପୂରଣ କରିଥିଲେ। ଏବେ ଅନ୍ତର୍ଜାତୀୟ ମହିଳା କ୍ରିକେଟର୍ରେ ସର୍ବାଧିକ ରନ୍ ହାସଲକାରୀ ଖେଳାଳି ହେବାକୁ ଏଡୱାର୍ଡସଙ୍କ ଠାରୁ ୨୯୯ ରନ୍ ପଛରେ ରହିଛନ୍ତି ମିତାଲି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0