ଭୁବନେଶ୍ୱର: ପୁଣି କୁଆଖାଇ ନଦୀରେ ଗଲା ଜୀବନ । ଭୁବନେଶ୍ୱର ଉପକଣ୍ଠ ଟଙ୍କପାଣି ବ୍ରିଜ ନିକଟ କୁଆଖାଇ ନଦୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ୨୪ ଘଣ୍ଟା ମଧ୍ୟରେ କୁଆଖାଇ ନଦୀରେ ବୁଡ଼ି ଦୁଇ ନାବାଳକଙ୍କ ଜୀବନ ଗଲାଣି । ଶନିବାର ଦିନ କୁଆଖାଇ ନଦୀରେ ବୁଡ଼ି ୧୩ ବର୍ଷର ନାବାଳକର ଜୀବନ ଯିବାର ୨୪ ଘଣ୍ଟା ମଧ୍ୟରେ ପୁଣି ଜଣେ ନାବାଳକର ଜୀବନ ଯାଇଛି । ମୃତକ ହେଉଛନ୍ତି ଲିଙ୍ଗରାଜ ଥାନା ରାମେଶ୍ଵରପାଟଣା ଅଂଚଳର ନିଖିଲ୍ କୁମାର ଜେନା । ମଧ୍ୟାହ୍ନରେ ଭୁବନେଶ୍ଵର ଲିଙ୍ଗରାଜ ଥାନା ରାମେଶ୍ଵରପାଟଣା ଅଂଚଳର ଦୁଇ ନାବାଳକ ସେମାନଙ୍କ ବାପାଙ୍କ ସହ ଟଙ୍କପାଣି ବ୍ରିଜ ନିକଟ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ । ବାପା ଶୌଚ ହେବା ପାଇଁ ଯାଇଥିବା ବେଳେ ଦୁଇ ନାବାଳକ ନଦୀ ଜଳରେ ବୁଡିଯାଇଥିଲେ । ପିଲାଙ୍କ ଚିତ୍କାର ଶୁଣି ବାପା ସେଠାରେ ପହଞ୍ଚି ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନଦୀର ଗଭୀର ଜଳରେ ବୁଡ଼ି ଯାଇଥିଲା ।ଖବର ପାଇ ବାଲିଅନ୍ତା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ପରେ ନାବାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ନିଖିଲଙ୍କୁ ମୃତ ଘୋଷଣା କରିଛନ୍ତି କ୍ଷ ବାଲି ମାଫିଆଙ୍କ ଯୋଗୁଁ ନଦୀର ବିଭିନ୍ନ ସ୍ଥାନରେ ମେସିନ ବୋଟ୍ ଓ ଅନ୍ୟାନ୍ୟ ଉପାୟରେ ନିୟମ ଠାରୁ ଅଧିକ ମାତ୍ରାରେ ଗଭୀରତା କରି ଖୋଳାଯାଇ ବାଲି ତଡ଼ା ଯାଉଥିବାରୁ ସେହି ସ୍ଥାନରେ ଗଣ୍ଡ ସୃଷ୍ଟି ହେଉଛି। ଯାହାଫଳରେ ଫଳରେ ଲୋକେ ଗାଧୋଇବା ପାଇଁ ନଦୀକୁ ଯିବା ସମୟରେ ଗଭୀର ଜଳରାଶିକୁ ଚାଲିଯାଇ ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0