ଖୋର୍ଦ୍ଧା : ଖୋର୍ଦ୍ଧା ବରୁଣେଇ ପାହାଡ଼ ଜଙ୍ଗଲରେ ଲାଗିଲା ନିଆଁ । ସାରା ଓଡ଼ିଶାରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ଘଟଣାକୁ ନେଇ ବିଧାନସଭାରେ ରାଜନୈତିକ ହଟ୍ଟଚମଟ ଚାଲିଥିବା ବେଳେ ପୁଣି ଐତିହ୍ୟ ବରୁଣେଇ ପାହାଡ଼ ଜଙ୍ଗଲରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ପାହାଡ଼ ପାଦ ଦେଶରେ ଥିବା ଗଡ଼ଖୋର୍ଦ୍ଧା ଗ୍ରାମ ନିକଟସ୍ଥ ବରୁଣେଇ ଜଙ୍ଗଲରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଖୋର୍ଦ୍ଧା ବନ ବିଭାଗର କର୍ମଚାରୀଙ୍କ ସହ ଜଟଣୀ ଅଗ୍ନିଶମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଜଙ୍ଗଲରେ କିପରି ନିଆଁ ଲାଗିଲା ତାହା ଏ ପର୍ୟ୍ୟନ୍ତ ଜଣାପଡି ନାହିଁ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0