ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସ୍ୱୟଶାସିତ ବିଜ୍ଞାନ ମହାବଦ୍ୟାଳୟ ରେ ୨ଛାତ୍ର ଗୋଷ୍ଠୀ ମଧ୍ୟ ରେ ମାରପିଟ୍ । ଉଭୟ ଗୋଷ୍ଠୀ ମାରପିଟ୍ ରେ ୨ଛାତ୍ର ଆହତ । ୨ ଆହତ ଛାତ୍ର ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାୀନ ଥିବା ବେଳେ । ହିଞ୍ଜିଳି ପୋଲିସ ମହାବିଦ୍ୟାଳୟ ରେ ପହଞ୍ଚି ଘଟଣା ର ବୁଝାସୂଝା କରୁଥିବା ବେଳେ । କଲେଜ ପରିବେଶ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିବା ବେଳେ । କଲେଜ ଛାତ୍ରଛାତ୍ରୀ କ୍ଲାସ ବାତିଲ କଯାଇଥିବା ଜଣାପଡ଼ିଛି । କଲେଜ ଅଧ୍ୟକ୍ଷା ଙ୍କ ପ୍ରତିକ୍ରିୟା ଆଣିବାକୁ ଯୋଗାଯୋଗ କରିବାରୁ ସାମ୍ବାଦିକ ଙ୍କୁ ଅଣଦେଖା କରିବା ସହିତ ଗତ ୨ଦିନ ତଳେ ଘଟିଥିବା ଗଣ୍ଡୋଗୋଳ ଘଟଣାରେ ଛାତ୍ରମାନେ ଲିଖିତ ଆକାରରେ ଦେଇନଥିବା ବେଳେ । ଆଜି ର ଏହି ଘଟଣା କୁ କଲେଜ ରେ ଶାନ୍ତି କମିଟି ଗଠନ କରି କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କଲେଜ ଅଧ୍ୟକ୍ଷା କହିଛନ୍ତି କିନ୍ତୁ ଦୁଇ ଗୋଷ୍ଠୀ କଲେଜ ଛାତ୍ର ଥିବା ରୁ କେମେରା ସମ୍ମୁଖରେ କହିବା ପାଇଁ ମନା କରିଦେଇଛନ୍ତି ଏହାକୁ ହିଂଜିଳି ର କଂଗ୍ରେସ ଯୁବ ନେତା ଏହା କୁ ତୀବ୍ର ନିଦା କରିଛନ୍ତିପ୍ରକାଶ ଥାଉ କି, ସଂପୃକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା କୈାଣସି ଶିକ୍ଷାର୍ଥୀଙ୍କ ସମସ୍ୟା ଉପୁଜିଲେ ସମାଧାନ କରିବା ପରିବର୍ତ୍ତେ ନାଲି ଆଖି ଦେଖାଇ ଶାସନ କରୁଥିବା ନେଇ ବହୁ ଶିକ୍ଷାର୍ଥୀ ଅଭିଯୋଗ କରିଛନ୍ତି । ଏପରିକି ଅଧ୍ୟକ୍ଷା ମହୋଦୟା ପ୍ରତିଦିନ କଲେଜକୁ ବହୁ ବିଳମ୍ବରେ ଆସୁଥିବା ଦେଖୀବାକୁ ମିଳିଛି । ମହାବିଦ୍ୟାଳୟର ଶିକ୍ଷାର୍ଥୀ ମାନେ ଅଭିଯୋଗ କରୁଥିଲେ ମଧ୍ୟ କୈାଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି କହିଛନ୍ତି । ଖବର ଲେଖା ହେବା ସୁଦ୍ଧା ହିଞ୍ଜିଳି ପୁଲିସ ଉଭୟ ଗୋଷ୍ଠୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0