ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି । ସାଂସଦ ସୀତାରମଣଙ୍କୁ ଭେଟି ଓଡିଶା ଇପିଏଫ ପେନସନ ଭୋଗୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି। ଖାଲି ସେତିକି ନୁହଁ ଅର୍ଥମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ସାଂସଦ ଏହା ମଧ୍ୟ ସୂଚନା ଦେଇ କହିଛନ୍ତି ‘ଯେଉଁମାନେ ୧.୧.୨୦୦୬ ପୂର୍ବରୁ ଅବସର ନେଇଥିବେ ଏବଂ ପରେ ଏସବିଆଇ ବା ପିଏସବିରେ ପୁନଃ ନିୟୁକ୍ତି ପାଇଥିବେ । ଓଡ଼ିଶା ଇପିଏଫ ପେନସନ ଆସୋସିଏସନ, ବ୍ୟାଙ୍କର ଅବସର ପ୍ରାପ୍ତ ଫେଡ଼େରେସନ ଏବଂ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ବିଷୟରେ ବୈଠକରେ ଆଲୋଚନା କରିଛନ୍ତି । ସାଂସଦ ଆହୁରୀ ମଧ୍ୟ କହିଛନ୍ତି ଯେ ଏହି ପ୍ରସଙ୍ଗକୁ ନେଇ ସୀତାରମଣ ତାଙ୍କୁ ସମର୍ଥନ କରିବେ ବୋଲି ଆଶ୍ୱସନା ଦେଇଛନ୍ତି । ଏନେଇ ଅପରାଜିତା ଖୁସି ବ୍ୟକ୍ତ କରିବା ସହ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0