ଗଞ୍ଜାମ: ଗଞ୍ଜାମ ଉପଜିଲ୍ଲାପାଳଙ୍କ ଦ୍ୱାରା ନକଲି ଗୁଟ୍କା ଚଢାଉ । ଛତୁ ଫାର୍ମ ନାମରେ ଚାଲିଛି ଗୁଟକା କାରବାର । ପ୍ରସ୍ତୁତି ମେସିନ ସହ ଲକ୍ଷାଧିକ ଟଙ୍କାର ଗୁଟକା ଜବତ । କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହେଇଛନ୍ତି ନକଲି ଗୁଟଖା ବେପାରୀ । କୌଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତି ଭାଷନ କେଶଦର ନକଟସ୍ଥ ଏକ ଛତୁ ଫାର୍ମ ଉପରେ ଚଢାଉ କରି ପ୍ରସ୍ତୁତକାରୀ ମେସିନ ସହ ୨ ହଜାର ପକେଟରୁ ଉର୍ଦ୍ଧ ପରିମାଣର ନକଲି ଗୁଟ୍କା ପକେଟ୍ ଜବତ କରିଛନ୍ତି । ଚଢାଉ ସମୟରେ ଉପଜିଲ୍ଲାପାଳଙ୍କ ସହ ସ୍ଥାନୀୟ ରାଜସ୍ୱ ନିରିକ୍ଷକ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । ସେଠାରୁ ପ୍ରସ୍ତୁତ କାରୀ ନକଲି ସାମଗ୍ରୀ ସହ ଯନ୍ତ୍ରପାତି ଜବତ କରାଯାଇଛି । ଏହି ନକଲି କାରବାରରେ ଲୋଚାପଡ଼ା ଏବଂ ଜି, ଜଗନ୍ନାଥପୁର ଅଞ୍ଚଳର କିଛି ବ୍ୟକ୍ତି ସମ୍ପୃକ୍ତି ଥିବା ସୁଚନା ମିଳିଛି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି କୁକୁଡାଖଣ୍ଡି ଅଞ୍ଚଳରେ ନକଲି ବେପାରୀ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି।ଏଥି ପୂର୍ବରୁ ବାଉଁଶିଆପଲ୍ଲୀ ଅଞ୍ଚଳରେ ମଧ୍ୟ ଗୁଟକା ପ୍ରସ୍ତୁତି ଚାଲୁଥିବା ଖବର ପାଇ ବ୍ରହ୍ମପୁର ଏସ୍ ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ ପରେ ନକଲି କାରବାର ଶୀତଳ ପଡିଥିଲା ଓ ବର୍ତ୍ତମାନ ପୁଣି ନକଲି କରବାର ବୃଦ୍ଧି ପାଉଥିବା ଅଂଚଳ ପାଇଁ ଚିନ୍ତାର ବିଷୟ ପାଲଟିଛି ଓ



Visitors Today : 0
Total Visitors : 130302
Total Views : 9891805
Visitors Online Now : 0