spot_img

ଖୋର୍ଦ୍ଧା; ଯାତ୍ରୀବାହୀ ବସ ଦୁର୍ଘଟଣା

ଖୋର୍ଦ୍ଧା: ଖୋର୍ଦ୍ଧାର ୧୬ ନମ୍ବର ଜାତୀୟ ରାଜପଥରେ ଯାତ୍ରୀବାହୀ ବସ ଦୁର୍ଘଟଣା । ବାଇକ ଓ ବସ ମଧ୍ୟରେ ଧକ୍କା ହେବାରୁ ଦୁର୍ଘଟଣା ହୋଇଛି । ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ‘ ଶ୍ରୀକ୍ଷେତ୍ର ‘ ନାମକ ଯାତ୍ରୀବାହୀ ବସଟି ଦୁର୍ଘଟଣାର ଶୀକାର ହୋଇଛି । ଦୁର୍ଘଟଣାରେ ବାଇକ ଚାଳକ ଜଣକ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ଆହତକୁ ଟାଙ୍ଗୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି । ଉକ୍ତ ଯାତ୍ରୀବାହୀ ବସରେ ୬୦ ଜଣ ଯାତ୍ରୀ ଥିଲେ ହେଲେ ସମସ୍ତ ଯାତ୍ରୀ ଅଳ୍ୱକେ ରକ୍ଷା ପାଇଯାଇଛନ୍ତି । ଘଟଣା ସ୍ଥଳରେ ଟାଙ୍ଗୀ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular