ପୁରୀ: ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ଘଟଣା ମନରୁ ନଯାଉଣୁ ପୁଣି ପୁରୀ ଦଣ୍ଡା ଜଙ୍ଗଲରେ ଲାଗିଲା ନିଆଁ । ଗଙ୍ଗା ନାରାୟଣ ପୁର ଗ୍ରାମ ପଞ୍ଚାୟତର ଦଣ୍ଡା ର ଜଙ୍ଗଲରେ ଲାଗିଛି ନିଆଁ। ନିଆଁକୁ ଆୟତ୍ତ କରିବାକୁ ଲାଗିଛି ଦୁଇଟି ଦମକଲ ଗାଡ଼ି କିନ୍ତୁ ନିଆଁ ଆୟତ୍ତ ସମ୍ଭବ ହୋଇପାରି ନାହିଁ । ସୋମବାର ସନ୍ଧ୍ୟାରେ କେହି ଦୁବୁର୍ତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଅନୁମାନ କରୁଛି ବନବିଭାଗ । ସେପଟେ ଜଙ୍ଗଲରେ ନିୟୋଜିତ ବନ କର୍ମଚାରୀଙ୍କ ପେଟ୍ରୋଲିଂ କୋହଳ ହୋଇଥିବା ଯୋଗୁଁ ବାରମ୍ବାର ଏଭଳି ଜଙ୍ଗଲ ଜଳି ନଷ୍ଟ ହେଉଥିବା ଅଭିଯୋଗ କରାଯାଉଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0