ନୂଆଦିଲ୍ଲୀ: ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ରାଜ୍ୟସଭାରେ ଦାବି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ରାଜ୍ୟସଭାରେ ଦାବି ଉପସ୍ଥାପନ କରିଛନ୍ତି ସାଂସଦ ମୁନ୍ନା ଖାଁ। ବିଜୁବାବୁଙ୍କ ଭଳି ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉପଯୁକ୍ତ ସମ୍ମାନ ମିଳିନି ବୋଲି ସାଂସଦ ଗୃହରେ ଅଭିଯୋଗ କରିଛନ୍ତି। ତିନୋଟି ଉଦାହରଣ ଦେଇ ବିଜୁବାବୁଙ୍କ ମହାନତା ସମ୍ପର୍କରେ ସାଂସଦ ମୁନ୍ନା ଖାଁ ଗୃହରେ ଦାବି କରିଥିଲେ । ଜଣେ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ ଓ ଷ୍ଟେଟସମ୍ୟାନଙ୍କୁ ଭାରତରତ୍ନ ନଦେବା ନିଶ୍ଚିତ ରୁପେ ଦୁର୍ଭାଗ୍ୟଜନକ ବୋଲି ସାଂସଦ କହିଛନ୍ତି।
ବିଜୁବାବୁ ଏକ ମାତ୍ର ବ୍ୟକ୍ତି ତିନିଟି ଦେଶ ପାଇଁ ସ୍ୱାଧୀନତା ସଂଗ୍ରାମ ଲଢିଥିଲେ। ଋଷିଆ, ଇଣ୍ଡୋନେସିଆ ଓ ଭାରତ ପାଇଁ ବିଜୁବାବୁଙ୍କ ସ୍ୱାଧୀନତା ସଂଗ୍ରାମ ଲଢି ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିପାରିଥିଲେ। ସେଥିପାଇଁ ତାଙ୍କ ଦେହାନ୍ତ ସମୟରେ ତିନିଟି ଦେଶର ଜାତୀୟ ପତକା ଅର୍ଦ୍ଧନିମିତ ହୋଇଥିଲା। ଏଭଳି ଜଣେ ମହାନ୍ ବ୍ୟକ୍ତିଙ୍କୁ ଭାରତରତ୍ନ ଦେବାରେ ଅବହେଳା କରିବା ନିଶ୍ଚିତ ରୁପେ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ସାଂସଦ।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0