ରାଜକନିକା: ଅଗ୍ନିକାଣ୍ଡରେ ଜଣେ ଜୀବନ୍ତ ଦଗ୍ଧ । ରାଜକନିକାର ସିକୋ ଗିୁଣ୍ଡୁଚିପଡ଼ା ଗ୍ରାମରେ ଘଟିଯାଇଛି ଏହି ଦଃୁôଖଦ ଘଟଣା । ଶୁକ୍ରବାର ବିଳମ୍ବିତ ରାତ୍ରୀ ଘଟିଛି ଏହି ଅଭାବନୀୟ ଘଟଣା । କୌଣସି କାରଣରୁ ଗ୍ରାମର ଭାଗିରଥି ସାହୁଙ୍କ ଘରେ ନିଆଁ ଲାଗିବାରୁ ସମ୍ପୁର୍ଣ୍ଣ ଘର ଓ ଘରେ ଥିବା ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ନିଆଁର ଝାସରେ ଭାଗିରଥି ଘରୁ ବାହାରି ପାରି ନଥିଲେ । ଘର ଭିତରେ ରହିଯିବାରୁ ତାଙ୍କର ମୃତୁ୍ୟ ହୋଇଛି । ଖବର ପାଇ ରାଜକନିକା ଅଗ୍ନିଶମ ବିଭାଗ ଘଟଣା ପହଂଚି ନିଆଁକୁ ଆୟ କରିଥିଲେ । ପରେ ରାଜକନିକା ପୁଲିସ ଘଟଣା ସ୍ଥଳରେ ପହଂଚି ଭାଗୀରଥୀଙ୍କ ଜଳନ୍ତା ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0