ନୟାଗଡ : ନୟାଗଡ ଶରଣକୁଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ ଧକ୍କାରେ ୩ ମୃତ ୨ ଗୁରୁତର । ସମସ୍ତ ଆହତଙ୍କୁ ଭୂବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ସ୍ଥାନୀୟ ଜଗନ୍ନାଥପୁର ଗାଁର ଦୁଇଜଣ ବ୍ୟକ୍ତି ବାଇକ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ପଥରକଟା ଗାଁର ୩ ଯୁବକ ଅନ୍ୟ ଏକ ବାଇକ ଯୋଗେ ନୟାଗଡ ଆଡକୁ ଆସୁଥିଲେ ।ଜଗନ୍ନାଥପୁର ଛକରେ ଗାଁ ଭିତରକୁ ପଶୁଥିବା ବାଇକକୁ ୩ ଯୁବକ ବସିଥିବା ବାଇକ ଧକ୍କା ଦେଇଥିଲା । ଫଳରେ ସମସ୍ତ ୫ ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ସେମାନଙ୍କୁ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତରଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ୩ ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0