ବାଣପୁର : ବାଣପୁର ପୁଲିସ୍ର ବଡ଼ ସଫଳତା । ଗମ୍ଭାରୀମୁଣ୍ଡା ବଜାରରୁ ଚୋରୀ ଘଟଣାର ହେଲା ପର୍ଦ୍ଦାଫାସ । ଘଟଣାରେ ସମ୍ପୃକ୍ତ ଥିବା ୭ ଜଣ ଅଭିଯୁକ୍ତଙ୍କୁ ବାଣପୁର ପୋଲିସ ଧରିବାରେ ସଫଳ ହୋଇଛି। ଏହା ସହ ୧୭୫ ଟି ଖାଇବା ତେଲ ପ୍ୟାକେଟ, ୭ ଟି ଗ୍ୟାସ ସିଲିଣ୍ଡର, ଗୋଟିଏ ଛୋଟ ସିଲିଣ୍ଡର, ଗୋଟାଏ ବାଇକ ଏବଂ ଲକ୍ଷାଧିକ ଟଙ୍କାର ଜିନିଷ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଦୁଇ ଗୋଟି ମାମଲା ରୁଜ୍ଜୁ କରାଯାଇ ସମସ୍ତଙ୍କୁ ବାଣପୁର କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଅଭିଯୁକ୍ତମାନେ ଏକାଧିକ ସ୍ଥାନରୁ ଗ୍ୟାସ ସିଲିଣ୍ଡର ଚୋରୀ କରିଥିବା ପୋଲିସ ସାମ୍ନାରେ ସ୍ଵୀକାର କରିଛନ୍ତି। ବାଣପୁର ପୋଲିସ ଏନେଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0