spot_img

ଆରମ୍ଭ ହେଲା ବାର୍ହା ଧୁଡ଼ର ଚିକିତ୍ସା

କେନ୍ଦୁଝର: ଆରମ୍ଭ ହେଲା ଆହତ ବାର୍ହାର ଧୁଡ଼ର ଚିକିତ୍ସା । ପୁରୁଷୋତ୍ତମ ପୁର ସ୍ଥିତ କୁନ୍ତଳାଙ୍କ ଘରକୁ ଯାଇ ଏହି ଚିକିତ୍ସା କରିଛନ୍ତି ଡ଼ାକ୍ତର । କେନ୍ଦୁଝର ବନଖଣ୍ଡ ୱାଇଲ୍ଡ ଲାଇଫ ଟିମର ଡ଼ାକ୍ତର ବନ୍ଦିତା ମିଶ୍ର, ତେଲକୋଇ ପ୍ରାଣୀ ଚିକିତ୍ସାଧିକାରୀ ଡ଼ାକ୍ତର ଦୀପ୍ତିମୟୀ ବଢେଇ ଏବଂ ତେଲକୋଇ ରେଞ୍ଜର ପ୍ରମୋଦ କୁମାର ସେଠୀ ଚିକିତ୍ସା କରିଛନ୍ତି । କିଛି ଦିନ ପୂର୍ବରୁ ବାରହା କୁ ଜଙ୍ଗଲ ବିଭାଗ ନେଇ ଜଙ୍ଗଲ ରେ ଛାଡି ଆସିବା ପରେ କୌଣସି କାରଣରୁ ବାରହାର ଗୋଡରେ ଆଘାତ ଲାଗିଥିଲା । ପରେ କୁନ୍ତଳାଙ୍କ ସ୍ନେହରେ ବାନ୍ଧି ହୋଇଥିଲା ବାରହାଟି । ବାରହାଟି ସୁସ୍ଥ ହେବା ପର୍ୟ୍ୟନ୍ତ କୁନ୍ତଳାଙ୍କ ଘରେ ରହିବ । ଶୀଘ୍ର ଭଲ ହୋଇଯିବ ବୋଲି ପ୍ରାଣୀ ଚିକିତ୍ସାକ ଡାକ୍ତର ବନ୍ଦିତା ମିଶ୍ର କହିଛନ୍ତି । କିନ୍ତୁ ପରିବାର ଠାରୁ ଦୁରରେ ରହିବାକୁ ଉପଦେଶ ଦେଇଛନ୍ତି ବନ ବିଭାଗ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular