ଭୁବନେଶ୍ୱର: ଭୁବନେଶ୍ୱରର ଟଙ୍କପାଣି ଅଂଚଳରେ ସ୍ୱେରେଜ ଟାଙ୍କିରେ ପଶି କାମ କରୁଥିବା ବେଳେ ଅଘଟଣ । ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସ୍ୱେରେଜ ବିଭାଗର କାମ ଚାଲିଥିବା ବେଳେ ଘଟିଛି ଏପରି ଅଘଟଣ । ତେବେ ବିନା କୌଣସି ସୁରକ୍ଷାରେ ସ୍ୱେରେଜ ଟାଙ୍କିରେ ପଶି କାମ କରୁଥିବାରୁ ଏପରି ଅଘଟଣ ଘଟିଲା ବୋଲି କୁହାଯାଉଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0